ବାତ୍ୟା ଦାନା ପ୍ରଭାବ, ଦୁଇ ଦିନ ପାଇଁ ବନ୍ଦ ରହିବ ହାଇକୋର୍ଟ
ବଳ ଗୋଟାଇ ସମୁଦ୍ରରୁ କୂଳକୁ ଭୀଷଣ ରୂପରେ ମାଡ଼ି ଆସୁଛି ବାତ୍ୟା ଦାନା। ଯାହା ପାଇଁ ବିଭିନ୍ନ ସତର୍କ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହିରଭିତରେ ଦୁଇ ଦିନ ପାଇଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ ।

ସମ୍ଭାବ୍ୟ ବାତ୍ୟା 'ଦାନା' ପାଇଁ ହାଇକୋର୍ଟକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ହାଇକୋର୍ଟ ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ, ଆଗାମୀ ଅକ୍ଟୋବର ୨୪ ଓ ୨୫ ତାରିଖ ଦୁଇ ଦିନ କୋର୍ଟ ଓ ହାଇକୋର୍ଟର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ।
ଏଥିସହ ପରବର୍ତ୍ତୀ ସମୟରେ ଆଗାମୀ ନଭେମ୍ବର ୩୦ ତାରିଖ ଶନିବାର ଓ ଡିସେମ୍ବର ୭ ତାରିଖ ଶନିବାର ଯଥାକ୍ରମେ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଥିବା ଜଣାଯାଇଛି।












Click it and Unblock the Notifications