Get Updates
Get notified of breaking news, exclusive insights, and must-see stories!

ହାଇକୋର୍ଟର ଭର୍ଚୁଆଲ୍ ଶୁଣାଣିରେ ଟଏଲେଟ୍ ସିଟ୍ ଉପରେ; ଭାଇରାଲ ହେଉଛି ଭିଡିଓ

ଗୁଜରାଟ ହାଇକୋର୍ଟର ଭର୍ଚୁଆଲ୍ ଶୁଣାଣି ସମୟରେ ଏକ ଅତ୍ୟନ୍ତ ଆପତ୍ତିଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି, ଯିଏ ପ୍ରତିବାଦୀ ଭାବରେ ଶୁଣାଣିରେ ଯୋଗ ଦେଇଥିଲେ । ସେ ଟଏଲେଟ୍ରେ ବସି କାର୍ଯ୍ୟରେ ଅଂଶଗ୍ରହଣ କରୁଥିବା କ୍ୟାମେରାରେ କଏଦ ହୋଇ ଯାଇଥିଲେ ।

ଏହି ଘଟଣାଟି ହୋଇଛି ଜୁନ୍ ୨୦ ତାରିଖ । ଜଷ୍ଟିସ୍ ନିର୍ଜର ଏସ୍ ଦେଶାଇଙ୍କ କୋର୍ଟରେ ଘଟିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଭିଡିଓଟିର ଆରମ୍ଭରେ, 'ସମାଦ ବ୍ୟାଟେରୀ' ନାମରେ ଲଗ୍ ଇନ୍ କରିଥିବା ବ୍ୟକ୍ତି ଜଣକ ବ୍ଲୁଟୁଥ୍ ଇୟରଫୋନ୍ ପିନ୍ଧିଥିବାର ଦେଖାଯାଉଛି । କିଛି ସମୟ ପରେ ସେ ତାଙ୍କ ଫୋନ୍ ଦୂରରେ ରଖି ସ୍ପଷ୍ଟ କରୁଛନ୍ତି ଯେ ସେ ଟଏଲେଟ୍ ଉପରେ ବସିଛନ୍ତି କାରଣ ଫ୍ଲସ୍ ସ୍ପଷ୍ଟ ଭାବରେ ଦେଖାଯାଉଛି ।

High Court virtual

ତାଙ୍କୁ ଫ୍ଲସ୍ କରୁଥିବା ଏବଂ ତା'ପରେ ବାଥରୁମ୍ ବାହାରକୁ ଯାଉଥିବାର ମଧ୍ୟ ଦେଖାଯାଉଛି । ଏହାପରେ ସେ କିଛି ସମୟ ପାଇଁ କ୍ୟାମେରାରୁ ଅଦୃଶ୍ୟ ହୋଇ ଯାଉଛନ୍ତି ଏବଂ ତା'ପରେ ଏକ ରୁମରେ ଦେଖିବାକୁ ମିଳିଥିଲା। କୋର୍ଟ ରେକର୍ଡ ଅନୁଯାୟୀ ଏହି ବ୍ୟକ୍ତି ଏକ ଫୌଜଦାରୀ ମାମଲାରେ ଅଭିଯୋଗକାରୀ ଥିଲେ ଏବଂ ଏହି ଶୁଣାଣିରେ ଏଫଆଇଆର ବାତିଲ କରିବା ପାଇଁ ଏକ ଆବେଦନ ଉପରେ ଯୁକ୍ତି କରୁଥିଲେ । ଦୁଇ ପକ୍ଷ ମଧ୍ୟରେ ଏକ ପାରସ୍ପରିକ ଚୁକ୍ତିନାମା ହେବା ପରେ, କୋର୍ଟ ଏଫଆଇଆରକୁ ବାତିଲ କରିଦେଇଥିଲେ।

ଏହା ପ୍ରଥମ ଥର ନୁହେଁ ଯେତେବେଳେ ଭର୍ଚୁଆଲ୍ ଶୁଣାଣି ସମୟରେ ସମାନ ମାମଲା ସାମ୍ନାକୁ ଆସିଛି । ଚଳିତ ବର୍ଷ ଏପ୍ରିଲରେ, ଗୁଜରାଟ ହାଇକୋର୍ଟ ଭିଡିଓ କନଫରେନ୍ସିଂ ସମୟରେ ସିଗାରେଟ୍ ଟାଣୁଥିବା ଜଣେ ଆବେଦନକାରୀଙ୍କ ଉପରେ ୫୦ ହଜାର ଟଙ୍କା ଜରିମାନା ଲଗାଇଥିଲେ । ମାର୍ଚ୍ଚରେ, ଦିଲ୍ଲୀର ଏକ କୋର୍ଟ ସମାନ ମାମଲାରେ ଭିଡିଓ କଲ୍ ରେ ସିଗାରେଟ୍ ଟାଣୁଥିବା ଜଣେ ବ୍ୟକ୍ତିଙ୍କୁ ସମନ ଜାରି କରିଥିଲେ ।

ପୂର୍ବରୁ ଜୁଲାଇ ୨୦୨୪ରେ, ସୁପ୍ରିମକୋର୍ଟରେ ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ଯେଉଁଠାରେ, ଭର୍ଚୁଆଲ୍ ଶୁଣାଣି ସମୟରେ ଏକ ମାମଲା ସାମ୍ନାକୁ ଆସିଥିଲା। ଯେତେବେଳେ ଜଣେ ବ୍ୟକ୍ତି ବାନିୟାନ ପିନ୍ଧି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଯୋଗ ଦେଇଥିଲେ। ଏହି ଦୃଶ୍ୟ ଦେଖି ଜଷ୍ଟିସ୍ ବିଭି ନାଗାରଥନା ବହୁତ ରାଗିଗଲେ ଏବଂ ତୁରନ୍ତ ସେହି ବ୍ୟକ୍ତିଙ୍କୁ ଭର୍ଚୁଆଲ୍ କୋର୍ଟ ରୁମ୍ ରୁ ବାହାର କରିବାକୁ ନିର୍ଦ୍ଦେଶ ଦେଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+