କଂଗ୍ରେସର 'ଓଡ଼ିଶା ବନ୍ଦ'କୁ ହାଇକୋର୍ଟଙ୍କ ତାଗିଦ: ବନ୍ଦ ନୁହେଁ, ଧର୍ମଘଟ କର

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ବନ୍ଦ କରିବା ବଦଳରେ ହରତାଳ କରିବାକୁ ହାଇକୋର୍ଟ କହିଛନ୍ତି ।

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହି ପ୍ରସଙ୍ଗରେ ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ବନ୍ଦ କରିବା ବଦଳରେ ହରତାଳ କରିବାକୁ ହାଇକୋର୍ଟ କହିଛନ୍ତି ।

High Court

କଂଗ୍ରେସର ବନ୍ଦ ଡାକରାକୁ ନେଇ ହାଇକୋର୍ଟରେ କଟକ ଦୋକାନୀ ସଂଘ ପକ୍ଷରୁ ମାମଲା ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା । ଅନଲାଇନ୍ ଶୁଣାଣି କରି ହାଇକୋର୍ଟ ବନ୍ଦକୁ ମନା କରି ଦେଇଛନ୍ତି । ଶୁଣାଣି ସମୟରେ ସିଏମସି କମିଶନର, ପୋଲିସ କମିଶନର, ଡିଜିପି ଏବଂ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ ।

ବନ୍ଦ ପାଳନ ପାଇଁ ଦଳ ପକ୍ଷରୁ କାହାକୁ ବାଧ୍ୟ କରାଯିବନି ଏବଂ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯିବ ବୋଲି ହାଇକୋର୍ଟଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଜୋର ଜବରଦସ୍ତ ଅଭିଯୋଗ ଆସିଲେ ଏଥିପ୍ରତି ଦୃଷ୍ଟି ଦେବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ମମିତା ମେହେର ହତ୍ୟା ଘଟଣାରେ ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୨ ତାରିଖରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦର ଘୋଷଣା କରିଥିଲା। ଏହି ସମୟରେ ଦୋକାନ ବନ୍ଦ କରିବାକୁ କୁହାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+