IAS ବିଷ୍ଣୁପଦ ସେଠୀଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ ହାଇକୋର୍ଟ

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍‌ ପ୍ରସଙ୍ଗରେ ବିଷ୍ଣୁପଦଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲେ ହାଇକୋର୍ଟ । ୧୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ତେଣୁ ଏହା ସ୍ପଷ୍ଟ ଯେ ସିବିଆଇ ଚାହିଁଲେ ବି ବର୍ତ୍ତମାନ ବିଷ୍ଣୁଙ୍କୁ ବାନ୍ଧିପାରିବନି ।

bishunupad sethi

ସୂଚନାମୁତାବକ, ଗତ ୧୮ ତାରିଖରେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଘରେ ଚଢ଼ାଉ କରିଥିଲା ସବିଆଇର ୮ ଜଣିଆ ଟିମ୍ । ଟେଣ୍ଡର ଫିକ୍ସିଂ ମାମଲାରେ ବାରାମ୍ବାର ସମନ ପରେ ବି ହାଜର ହେଉନଥିଲେ ବିଷ୍ଣୁପଦ ସେଠୀ । ଏହାପରେ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା ସିବିଆଇ । ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଥିଲା ।

ସବୁ ଅଭିଯୋଗକୁ ଗଣମାଧ୍ୟମ ଆଗରେ ଖଣ୍ଡନ କରିଥିଲେ ଖୋଦ୍ ବିଷ୍ଣୁପଦ । ସେ କହିଥିଲେ, ମୁଁ ଗତ ୩୦ ବର୍ଷ ହେଲା ଓଡିଶା ସରକାରରେ ନିଷ୍ଠାର ସହ କାମ ମରିଛି । କେବେ କୌଣସି କାମରେ ଖିଲାପ କରିନାହିଁ । ଏବେ ସିବିଆଇ ମୋ ଉପରେ ଯେଉଁସବୁ ଅଭିଯୋଗ ଆଣୁଛି ସେସବୁ ଭିତ୍ତିହୀନ ବରଂ ତାଙ୍କୁ ଅଯଥା ସମସ୍ୟାରେ ପକାଇବାକୁ ଚେଷ୍ଟା କରାଯାଉଥିବା କହିଥିଲେ ବିଷ୍ଣୁପଦ । ତାଙ୍କୁ ମାନସିକ ହଇରାଣ କରାଯାଉଥିବା ସେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+