Get Updates
Get notified of breaking news, exclusive insights, and must-see stories!

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସହଯୋଗ ପାଇଁ କେନ୍ଦ୍ର ପ୍ରସ୍ତୁତ: କେନ୍ଦ୍ର ଆଇନମନ୍ତ୍ରୀ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଙ୍ଗ । ରାଜ୍ୟ ସରକାର ଏବଂ ହାଇକୋର୍ଟଙ୍କ ପାଖରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ନିଷ୍ପତ୍ତି ରହିଛି: କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ

kiren rijju

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଙ୍ଗ । ରାଜ୍ୟ ସରକାର ଏବଂ ହାଇକୋର୍ଟଙ୍କ ପାଖରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ନିଷ୍ପତ୍ତି ରହିଛି ବୋଲି କହିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ।

ସୂଚନାଥାଉ ଯେ, ଆଜି ଭୁବନେଶ୍ୱରରେ ଆୟୋଜିତ ୯ଟି ପୂର୍ବାଞ୍ଚଳ ରାଜ୍ୟଗୁଡିକର କେନ୍ଦ୍ର ସରକାରୀ ପରାମର୍ଶଦାତାମାନଙ୍କର ପ୍ରଥମ ସମ୍ମିଳନୀରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କେନ୍ଦ୍ର ଆଇନ୍ ମନ୍ତ୍ରୀ । ଏହି ସମ୍ମିଳନୀରେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ତ, ପଶ୍ଚିମବଙ୍ଗ, ଆଣ୍ତାମାନ ନିକୋବରରୁ ୩୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ ମୁରଲୀଧର ଏବଂ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବି.ଭି.ନାଗରଥନା ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶାରେ ପ୍ରଥମ ଥର ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆଇନଗତ ସମସ୍ୟାକୁ ନେଇ ଆଲୋଚନ କରାଯାଇଥିଲା ।

ଏହି ଅବସରରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗିଲେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ । ସେ କହିଛନ୍ତି, ପଶ୍ଚିମ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ନିଷ୍ପତ୍ତି ରାଜ୍ୟ ସରକାର ଏବଂ ହାଇକୋର୍ଟଙ୍କ ପାଖରେ ରହିଛି । ଆମେ ସମସ୍ତ ପରିସ୍ଥିତିରେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛୁ । କେନ୍ଦ୍ର ସରକାର ଅନୁମୋଦନ ଦେବେ ହେଲେ ଏହାର ଭତ୍ତିଭୂମୀ ଗଢିବାର ଦାୟିତ୍ୱ ରାଜ୍ୟ ସରକାରଙ୍କର ଏନେଇ ପୂର୍ବରୁ ଚିଠି ଲେଖି ଅବଗତ ମଧ୍ୟ କରାଯାଇ ସରିଛି ।

ସେ ଆହୁରି କହିଛନ୍ତି ଯେ, ସମଗ୍ର ଦେଶରେ ଇ-କୋର୍ଟ କାର୍ଯ୍ୟକାରୀ କରାଯିବ ଏହା ସହ ଖୁବ ଶୀଘ୍ର କୋର୍ଟ ପେପର ଲେସ୍ କରାଯିବ । ଯେଉଁଥି ପାଇଁ ଚଳିତ ବର୍ଷ ବଜେଟରେ ଇ-କୋର୍ଟ ଫେଜ୍-୩ କାର୍ଯ୍ୟକାରୀ କରିବା ପାଇଁ ୭୦୦୦ କୋଟି ଟଙ୍କା ମଞ୍ଜୁରୀ ଦିଆଯାଇସାରିଛି । ଯାହା ଦ୍ୱାରା ଅନେକ ଗରିବ ଲୋକଙ୍କ ସମସ୍ୟାର ସମଧାନ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+