ନବ ଦାସ ହତ୍ୟା ମାମଲାରେ ରିପୋର୍ଟ ମାଗିଲେ ହାଇକୋର୍ଟ

ନବ କିଶୋର ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ନବ ଦାସଙ୍କୁ ଗୁଳି ମାରି ହତ୍ୟା କରାଯିବା ଘଟଣା ସଂପର୍କିତ ଫୌଜଦାରୀ ମାମଲା ଓ ତଦନ୍ତର ସ୍ଥିତି ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏ ସଂପର୍କିତ ତଥ୍ୟ ଲିଖିତ ଆକାରରେ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫେବ୍ରୁଆରି ୧୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଦାୟର ମାମଲରେ ଦର୍ଶାଯାଇଛି ଯେ ଓଡ଼ିଶାରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦୁଇ ପ୍ରହରରେ ହତ୍ୟା କରାଗଲା।

High Court seeks report in Naba Das murder case

ନବ ଦାସଙ୍କୁ କଣ ପାଇଁ ଓ କେଉଁ ପରିସ୍ଥିତିରେ ହତ୍ୟା କରାଯାଇଥିଲା ତାହାର ଉତ୍ତର କ୍ରାଇମବ୍ରାଞ୍ଚ ତଦନ୍ତରୁ ମିଳି ନାହିଁ। ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ଦ୍ବାରା ତଦନ୍ତ କରାଗଲେ ସତ ପଦାକୁ ଆସିବ। ତେଣୁ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥି ସହିତ ୨୦୧୪ ନିର୍ବାଚନ ବେଳେ ବିଜେଡି ବ୍ୟାଙ୍କ ଖାତାକୁ କୋଟି କୋଟି ଟଙ୍କା ସନ୍ଦିଗ୍ଧ ପାଣ୍ଠିରୁ ଆସିଥିଲା। ବିଭିନ୍ନ ଚିଟଫଣ୍ଡ ସ୍କାମରେ ବିଜେଡି ସଭାପତି ଓ ଅନ୍ୟ ନେତାଙ୍କ ଭୂମିକା ମଧ୍ୟ ଯାଞ୍ଚ କରାଯିବା ଉଚିତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+