ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଲେ ହାଇକୋର୍ଟ

ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଲେ ହାଇକୋର୍ଟ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି ।

ବେଆଇନ ବାଲି ଉଠାଣ ଉପରେ ପୁଣିଥରେ ରୋକ୍ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଗତ ୨୧ ତାରିଖରେ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ ।

High court

ଅତି ଆବଶ୍ୟକକୁ ଦୃଷ୍ଟିରେ ରଖି ବିଭାଗ ଅନୁମତି ଦେଇଥିଲା । ହାଇକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ଏଭଳି ବିଜ୍ଞପ୍ତି ଜାରି କରାଯାଇଥିଲା। ରହିତାଦେଶ ଜାରି ସତ୍ତ୍ୱେ ଖଣି ବିଭାଗ ବିଜ୍ଞପ୍ତି ଜାରି କରିଥିବାରୁ ଶୁଣାଣି ବେଳେ ହାଇକୋର୍ଟ କ୍ଷୁବ୍ଧ ହୋଇଥିଲେ ।

ବିଜ୍ଞପ୍ତି ଉପରେ ସାମୟିକ ଭାବେ ରହିତାଦେଶ ଲଗାଇବା ସହ ପେବ୍ରୁଆରୀ ପ୍ରଥମ ସପ୍ତାହରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ। ଶୁଣାଣି ବେଳେ କଟକର କିଛି ବାଲିଘାଟର ଉଦାହରଣ ଦେବା ସହ ସାରା ରାଜ୍ୟରେ ବାଲିଉଠାଣ ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି ।

ସୂଚନା ଯୋଗ୍ୟ, ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ଗତ ୨୧ ତାରିଖରେ ଏ ନେଇ ଖଣି ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ ମଧ୍ୟ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+