ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ଖାରଜ କଲେ ହାଇକୋର୍ଟ
ଖାରଜ ହେଲା ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ବିଜ୍ଞପ୍ତି । କମ୍ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପ୍ରସଙ୍ଗରେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ।
ଭୁବନେଶ୍ୱର: ଖାରଜ ହେଲା ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ବିଜ୍ଞପ୍ତି । କମ୍ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପ୍ରସଙ୍ଗରେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ। ଏହାସହ ଛୋଟ ପିଲାଙ୍କୁ ଦୂର ସ୍କୁଲ ପଠାଇବା ବେଆଇନ ବୋଲି କୋର୍ଟ କହିଛନ୍ତି ।

ସୂଚନାନୁସାରେ, ରାଜ୍ୟର ବିଭିନ୍ନ ସ୍ଥାନରେ ୨୦ରୁ କମ୍ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଆଉ ସେହି ଅନୁସାରେ ୨୦୨୦ ମାର୍ଚ୍ଚ ୧୧ ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ବିଜ୍ଞପ୍ତି ନେଇ ମାମଲା କୋର୍ଟରେ ପହଁଚିଥିଲା । କୋର୍ଟ ଏହା ଉପରେ ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି ।
ହାଇକୋର୍ଟ ଏହି ବିଜ୍ଞପ୍ତିକୁ ଖାରଜ କରି କହିଛନ୍ତି ଯେ, ଛୋଟ ପିଲାଙ୍କୁ ଦୂର ସ୍କୁଲକୁ ପଠାଇବା ନିଷ୍ପତ୍ତି ବେଆଇନ ଅଟେ । ଦିଲ୍ଲୀକୁ ରାଜ୍ୟ ସରକାର ମଡେଲ ଭାବେ ଗ୍ରହଣ କରନ୍ତୁ । ଏହାସହ ଭିତ୍ତିଭୂମି ସଜାଡିବା ହେଉଛି ସରକାରଙ୍କ ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି ।












Click it and Unblock the Notifications