ଦଶହରା ତୋରଣଗୁଡିକର ସଠିକ୍‌ ଭାବେ ଯାଞ୍ଚ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ସୁରକ୍ଷିତ ପାର୍ବଣ ଉପରେ ପୁଣି ଗୁରୁତ୍ୱ ଦେଇଛନ୍ତି ହାଇକୋର୍ଟ । କଟକ ସହରରେ ଦଶହରା ଲାଗି ଯେଉଁ କେତୋଟି ତୋରଣ ନିର୍ମିତ ହୋଇଛି, ତାକୁ ସଠିକ୍ ଭାବେ ତନଖି କରି ଫାଇନାଲ ଏନ୍‌ଓସି ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ହୋଇଛି । ଯେହେତୁ ପୂଜା ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି, ତେଣୁ ତାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ଭିତରେ ୧୧୭ଟି ପୂଜା ମଣ୍ଡପରେ ନିରୀକ୍ଷଣ କାମ ସରିଛି ବୋଲି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ପୂର୍ତ୍ତ ବିଭାଗ ଅଧିକାରୀ, ତଥାପି ଇଲେକ୍ଟ୍ରିକ୍ ଗେଟ୍ ଏବଂ ରୋଡ଼କ୍ରସ୍ ଗେଟ୍ ଗୁଡିକର ପୁନଃ ନିରୀକ୍ଷଣ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି ।

High Court

ତେବେ ଭସାଣୀ ରୁଟ୍‌ ବଦଳାଇବା ଲାଗି ଆଜି ଆଡ଼ଭୋକେଟ୍ କମିଟି ପ୍ରସ୍ତାବ ଦେଇଛି, କିନ୍ତୁ ମେଢ଼ ରୁଟ୍‌ରେ ଆବଶ୍ୟକ ମୁତାବକ ଆମ୍ବୁଲାନ୍ସ ଏବଂ ଦମକଳ ଗାଡି ରଖାଯିବ ବୋଲି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି କଟକ ଡିସିପି । ସେହିପରି ଭାଙ୍ଗିରୁଜି ଯାଇଥିବା ରାସ୍ତାଘାଟର ମରାମତି କାମ କେତେଦୂର ଆଗେଇଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ସିଏମସି ପକ୍ଷରୁ ୯୦ ପ୍ରତିଶତ କାମ ସରିଛି ଏବଂ ପୂର୍ତ୍ତ ବିଭାଗ ଆଗାମୀ ୨ ଦିନ ଭିତରେ ସମସ୍ତ ମରାମତି କାମ ସାରିବ ବୋଲି ଗୁରୁବାର ଉଭୟ ବିଭାଗ ପକ୍ଷରୁ ସତ୍ୟପାଠ ଜରିଆରେ କୋର୍ଟଙ୍କୁ ସୂଚନା ଦିଆଯାଇଛି । ତେବେ ବାଲିଯାତ୍ରା ସ୍ଥାନ ପରିବର୍ତ୍ତନ ନେଇ ଯେଉଁ ବିବାଦ ମୁଣ୍ଡ ଟେକିଛି, ତା ଉପରେ ହୋଇପାରିଲା ନାହିଁ ଶୁଣାଣି । ଉପର ପଡିଆରେ ଏଥର ବାଲିଯାତ୍ରା ନକରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଯାହାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+