ସ୍ୱାମୀଙ୍କ ପୁରୁଷତ୍ୱ ପରୀକ୍ଷା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ; ପୁରୁଷଙ୍କ ପୁରୁଷତ୍ବ ପରୀକ୍ଷା ନେଇ ଓଡ଼ିଶା ହାଇକୋର୍ଟଙ୍କ ରାୟ

ସ୍ୱାମୀଙ୍କ ପୁରୁଷତ୍ୱ ପରୀକ୍ଷା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୁରୁଷଙ୍କ ପୁରୁଷତ୍ବ ପରୀକ୍ଷା ନେଇ ଓଡ଼ିଶା ହାଇକୋର୍ଟଙ୍କ ରାୟ । ବୈବାହିକ ବିଚ୍ଛେଦ ମାମଲାରେ ରାୟ ଶୁଣାଇଛନ୍ତି ଉଚ୍ଚ ନ୍ୟାୟାଳୟ ।

ସ୍ବାମୀଙ୍କ ପୁରୁଷତ୍ବ ପରୀକ୍ଷା ପାଇଁ ଦାୟର ହୋଇଥିବା ଏକ ମାମଲା ସପକ୍ଷରେ ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ । ଆସନ୍ତୁ ଜାଣିବା ପୂରା ମାମଲା କଣ ? ଏବଂ ମାମଲାର ଶୁଣାଣି କରି କି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ?

ପୁରୁଷଙ୍କ ପୁରୁଷତ୍ବ ପରୀକ୍ଷା ସପକ୍ଷରେ ରାୟ:

ହାଇକୋର୍ଟ ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । ଏକ ବୈବାହିକ ବିବାଦ ସମ୍ପର୍କିତ ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଓଡି଼ଶା ହାଇକୋର୍ଟ । ସ୍ବାମୀଙ୍କ ପୁରୁଷତ୍ବ ପରୀକ୍ଷା କରାଯିବା ସପକ୍ଷରେ ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ । ପୁରୁଷତ୍ବ ପରୀକ୍ଷାର ସମ୍ମୁଖୀନ ହେବା ଲାଗି ମେଡିକାଲ ବୋର୍ଡ ନିକଟରେ ହାଜର ହେବା ପାଇଁ ପରିବାର ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ସ୍ବାମୀ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି ।

high court

କଣ ରହିଛି ହାଇକୋର୍ଟଙ୍କ ରାୟ ?
କେବଳ ସ୍ବାମୀଙ୍କ ପୁରୁଷତ୍ବ ପରୀକ୍ଷା ପ୍ରସଙ୍ଗ ନେଇ ହାଇକୋର୍ଟରେ ଦାୟର କରାଯାଇଥିବା ମାମଲାର ବିବରଣୀରୁ ଜଣାପଡ଼ିଛି । ସ୍ବାମୀ ନିମ୍ନ ଅଦାଲତରେ ଦାଖଲ କରିଥିବା ଆପତ୍ତିରେ କୁହାଯାଇଥିଲା ଯେ, ଉଭୟ ପକ୍ଷ ସେମାନଙ୍କ ଅଭିଭାବକଙ୍କ ସହ ମେଡିକାଲ ଯାଇଥିଲେ । ସ୍ବାମୀଙ୍କ ପୁରୁଷତ୍ବ ପରୀକ୍ଷା ପାଇଁ ଭୁବନେଶ୍ବର ଏମ୍ସ(AIIMS) ଯାଇ ସେଠାରେ ଡାକ୍ତରଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଡାକ୍ତରୀ ପରୀକ୍ଷା ପରେ ସ୍ବାମୀଙ୍କ ଅବସ୍ଥା ସ୍ବାଭାବିକ ବୋଲି କୁହାଯାଇଥିଲା । ଅନ୍ୟପକ୍ଷରେ ସ୍ବାମୀ ପୁରୁଷତ୍ବହୀନ ସଂକ୍ରାନ୍ତୀୟ ରୋଗରେ ପୀଡ଼ିତ ଥିଲେ ଓ ଏଥିପାଇଁ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ ବୋଲି ପରିବାର ଅଦାଲତରେ ଜେରା ବେଳେ ପତ୍ନୀ ପ୍ରକାଶ କରିଥିଲେ । ଏହା ସହ ଭୁବନେଶ୍ବର ଏମ୍ସରେ ସ୍ବାମୀ ସମସ୍ତ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ ଓ ସେ ସ୍ବାଭାବିକ ଥିବା ନେଇ ଡାକ୍ତର ରିପୋର୍ଟ ଦେଇଥିବା ସଂକ୍ରାନ୍ତରେ ପତ୍ନୀ ଅବଗତ ଥିବା ନେଇ ମଧ୍ୟ ସାକ୍ଷ୍ୟ ଗ୍ରହଣ ସମୟରେ ପ୍ରକାଶ କରିଥିଲେ ।

ଏଭଳି ସ୍ଥିତିରେ ପରିବାର ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଆଉ ଏକ ପର୍ଯ୍ୟାୟ ପୁରୁଷତ୍ବ ପରୀକ୍ଷା ଦେବାକୁ ସ୍ବାମୀ କାହିଁକି ଭୟ କରୁଛନ୍ତି ବୋଲି ପ୍ରଶ୍ନ ଉଠିଥିଲା । ସ୍ବାମୀଙ୍କ ପୁରୁଷତ୍ବହୀନ ପ୍ରସଙ୍ଗକୁ କାରଣ ଭାବେ ଦର୍ଶାଇ ପତ୍ନୀ ଛାଡ଼ପତ୍ର ପାଇଁ ପରିବାର ଅଦାଲତରେ ଆବେଦନ କରିଛନ୍ତି । ଯଦି ସ୍ବାମୀଙ୍କ ଆଉ ଏକ ପର୍ଯ୍ୟାୟର ପୁରୁଷତ୍ବ ପରୀକ୍ଷା ହୁଏ ତେବେ ଏ ପ୍ରସଙ୍ଗରେ ଅଦାଲତ ଓ ପକ୍ଷମା‌ନଙ୍କ ନିକଟରେ ଏହି ପ୍ରସଙ୍ଗକୁ ନେଇ ତଥ୍ୟ ସ୍ପଷ୍ଟ ହୋଇଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଭଳି ସ୍ଥିତିରେ ଆବେଦନକାରୀ ସ୍ବାମୀଙ୍କୁ ପୁରୁଷତ୍ବ ପରୀକ୍ଷା ଦେବା ପାଇଁ ପରିବାର ଅଦାଲତ ପ୍ରଦାନ କରିଥିବା ନି‌ର୍ଦ୍ଦେଶରେ କୌଣସି ତ୍ରୁଟି ନାହିଁ ବୋଲି ହାଇକୋର୍ଟ ରାୟରେ ଶୁଣାଇଛନ୍ତି । ସେହିପରି ପୁରୁଷତ୍ବ ପରୀକ୍ଷା ପ୍ରସଙ୍ଗରେ ପରିବାର ଅଦାଲତ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସ୍ବାମୀଙ୍କ ତରଫରୁ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି ଏବଂ ପୁରୁଷତ୍ୱ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+