Get Updates
Get notified of breaking news, exclusive insights, and must-see stories!

ନବଦାସ ହତ୍ୟା ମାମଲାରେ ହାଇକୋର୍ଟଙ୍କ ଛାଟ: କ୍ରାଇମବ୍ରାଞ୍ଚକୁ ମାଗିଲେ ଷ୍ଟାଟସ ରିପୋର୍ଟ

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ବୁଧବାର ହୋଇଛି । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଏବଂ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ନବ ଦାସ ହତ୍ୟା ମାମଲାର ତଦନ୍ତ ସ୍ଥିତି ସଂକ୍ରାନ୍ତରେ ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏହି ରିପୋର୍ଟ ଲିଖିତ ଆକାରରେ ଦାଖଲ କରିବେ। ଆସନ୍ତା ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ନବଦାସ ହତ୍ୟା ମାମଲରେ ହାଇକୋର୍ଟଙ୍କ ଛାଟ। କ୍ରାଇମବ୍ରାଂଚକୁ ଷ୍ଟାଟସ ରିପୋର୍ଟ ମାଗିଲେ ଉଚ୍ଚ ନ୍ୟାୟଳୟ। ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ଦାୟର ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ଗୁରୁତ୍ୱର ସହ ନେଇଛନ୍ତି । ନବ ଦାସଙ୍କୁ ଗୁଳି ମାରି ହତ୍ୟା କରାଯିବା ଘଟଣା ସଂପର୍କିତ ଫୌଜଦାରୀ ମାମଲା ଓ ତଦନ୍ତର ସ୍ଥିତି ନେଇ ଷ୍ଟାଟସ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏ ସଂପର୍କିତ ତଥ୍ୟ ଲିଖିତ ଆକାରରେ ଦାଖଲ କରିବେ ରାଜ୍ୟ ସରକାର । ଫେବ୍ରୁଆରି ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Naba dash murder case

ହାଇକୋର୍ଟର କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ପିନାକପାଣି ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି, ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦୁଇ ପ୍ରହରରେ ହତ୍ୟା କରାଗଲା। ନବ ଦାସଙ୍କୁ କଣ ପାଇଁ ଓ କେଉଁ ପରିସ୍ଥିତିରେ ହତ୍ୟା କରାଯାଇଥିଲା ତାହାର ଉତ୍ତର କ୍ରାଇମବ୍ରାଞ୍ଚ ତଦନ୍ତରୁ ମିଳି ନାହିଁ। ତେଣୁ ସିବିଆଇ ଦ୍ୱାରା ତଦନ୍ତ କରାଗଲେ ସତ ପଦାକୁ ଆସିବ। ଏଥି ସହିତ ୨୦୧୪ ନିର୍ବାଚନ ବେଳେ ବିଜେଡି ବ୍ୟାଙ୍କ ଖାତାକୁ କୋଟି କୋଟି ଟଙ୍କା ସନ୍ଦିଗ୍ଧ ପାଣ୍ଠିରୁ ଆସିଥିଲା। ବିଭିନ୍ନ ଚିଟଫଣ୍ଡ ସ୍କାମରେ ବିଜେଡି ସଭାପତି ଓ ଅନ୍ୟ ନେତାଙ୍କ ଭୂମିକା ମଧ୍ୟ ଯାଞ୍ଚ କରାଯିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏହି ଦୁଇ ଘଟଣାର ସିବିଆଇ ତଦନ୍ତ ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି। ଏଥି ସହିତ ପରୀ ଦୁଷ୍କର୍ମ ଓ ହତ୍ୟା, ମମିତା ମେହେର ଓ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ପୂର୍ବତନ ଜଣେ ଆଇପିଏସ ଅଧିକାରୀ ଦାଖଲ କରିଥିବା ରିପୋର୍ଟର ସିବିଆଇ ଯାଞ୍ଚ କରିବା ଆବଶ୍ୟକ। ଏହି ସବୁ ରିପୋର୍ଟକୁ ନେଇ ସନ୍ଦେହ ରହିଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି। ମାମଲାରେ କେନ୍ଦ୍ର, ରାଜ୍ୟ ସରକାର, ପୁଲିସ ଡିଜି, ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ସୂଚନାନୁସାରେ, ନବ ଦାସଙ୍କ ହତ୍ୟା ଘଟଣା ସହ ଏକାଧିକ ପ୍ରସଙ୍ଗରେ ଆବେଦନରେ ଉଲ୍ଲେଖ ରହିଛି। ନବ ଦାସଙ୍କ ହତ୍ୟା ଘଟଣା ଏ ପର୍ଯ୍ୟନ୍ତ ପ୍ରହେଳିକା ଭିତରେ ରହିଯାଇଛି ବୋଲି ଆବେଦନକାରୀ ପିନାକପାଣି ମହାନ୍ତି ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଘଟଣାରେ ସିବିଆଇ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ସେ ପ୍ରାର୍ଥନା କରିଛନ୍ତି। ଏଥିସହ ଚିଟ୍‌ଫଣ୍ଡ ସ୍କାମ୍‌ରେ ବିଜେଡିର ଅନେକ ନେତାଙ୍କ ସମ୍ପୃକ୍ତି ଥିବାବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ପ୍ରାର୍ଥନା କରିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+