ନିର୍ବାଚନୀ ଅନିୟମିତତା ମାମଲାରେ ୩ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍
ବିଧାୟକଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ । ନିର୍ବାଚନୀ ଅନିୟମିତତା ନେଇ ବିଧାୟକ ଟଙ୍କଧର ତ୍ରିପାଠୀ, ଅଶ୍ବିନୀ ପାତ୍ର ଏବଂ ବ୍ୟୋମକେଶ ରାୟଙ୍କୁ ହାଇକୋର୍ଟ ନୋଟିସ୍ କରିବା ସହ ଜବାବ ଦାଖଲ କରିବାକୁ କହିଛନ୍ତି ।

ସୂଚନା ଥାଉକି, ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ । ଝାରସୁଗୁଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ପାଇଁ ଦୀପାଳି ଏହି ମାମଲା ରୁଜୁ କରିଥିଲେ ।
ଟଙ୍କଧର ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଓ ଏଥୁରେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି। ମିଥ୍ୟା ସତ୍ୟପାଠ ଦେଇଥିବାରୁ ଜନ ପ୍ରତିନିଧୂ ଆଇନ ଅନୁସାରେ ଟଙ୍କଧ ତ୍ରିପାଠୀଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟଙ୍କ ନୋଟିସ ହୋଇଛି । ଆସନ୍ତା ୨୩ ସେପ୍ଟେମ୍ବର ଉତ୍ତର ସହ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ । ଟଙ୍କଧର ସତ୍ୟପାଠରେ ଅପରାଧିକ ମାମଲା ଲୁଚାଇଥିବା ଅଭିଯୋଗ ଆଣିଥିଲେ ବିଜେଡି ପ୍ରାର୍ଥ ଦୀପାଳି ଦାସ । ସେହିଭଳି ଅନ୍ୟ ଦୁଇଟି ନିର୍ବାଚନୀ ଅନିୟମିତତା ମାମଲାରେ ବିଜେଡି ବିଧାୟକ ଅଶ୍ବିନୀ ପାତ୍ର ଓ ବ୍ୟୋମକେଶ ରାୟଙ୍କୁ ମଧ୍ୟ ନୋଟିସ କରିଛନ୍ତି ହାଇକୋର୍ଟ ।
ସେହିଭଳି ବିଜେଡି ବିଧାୟକ ଅଶ୍ବିନୀ ପାତ୍ର ଓ ବ୍ୟୋମକେଶ ରାୟଙ୍କ ନାଁରେ ବି ନିର୍ବାଚନୀ ଅନିୟମିତତା ନେଇ ଅଭିଯୋଗ ଆସିଥୁଲା । ଏହି ଅଭିଯୋଗ ଆଧାରରେ ନୋଟିସ କରିଛନ୍ତି
ହାଇକୋର୍ଟ ।












Click it and Unblock the Notifications