ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର କ୍ରାଇମକୁ ନେଇ ଉଦବେଗ୍ ପ୍ରକାଶ କଲେ ହାଇକୋର୍ଟ

ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର କ୍ରାଇମକୁ ନେଇ ମାନ୍ୟବର ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । କ୍ରାଇମବ୍ରାଞ୍ଚ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି । କ୍ରାଇମବ୍ରାଞ୍ଚକୁ କଡ଼ା ଭର୍ତ୍ସନା କରିଛନ୍ତି ହାଇକୋର୍ଟ । ପେଟିଏମରେ ଏକ ଠକେଇ ମାମଲାକୁ ନେଇ ଜଣେ ମହିଳା ସୁପ୍ରଭା ବେହେରା ହାଇକୋର୍ଟଙ୍କ ଆବେଦନ କରିଥିଲେ ।

କ୍ରାଇମବ୍ରାଞ୍ଚ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅପରାଧୀମାନେ ଅଧିକ ଅପରାଧ ଘଟାଇବାକୁ ସାହସ କରୁଛନ୍ତି । କୋର୍ଟ କହିଛନ୍ତି, ଯେ ସାଇବର କ୍ରାଇମ ରୋକିବା ଦିଗରେ ପୁଲିସର ପଦକ୍ଷେପ ଯଥେଷ୍ଟ ନୁହଁ କି ପ୍ରଭାବଶାଳୀ ନୁହଁ ।

High Court

ରାଜ୍ୟର ବିଭିନ୍ନ ଥାନାରେ ପଞ୍ଜୀକୃତ ସାଇବର ଅପରାଧର ତଦନ୍ତର ଅଗ୍ରଗତି ସମ୍ପର୍କରେ କ୍ରାଇମବ୍ରାଞ୍ଚ ଡିଜି ସତ୍ୟପାଠ ଦାଖଲ କରନ୍ତୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରଭାଙ୍କ ମାମଲାର ତଦନ୍ତର ଅଗ୍ରଗତି, ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସତ୍ୟପାଠ ଜରିଆରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଏଡିଜି କ୍ରାଇମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+