ସନାତନ ମହାକୁଡ଼ଙ୍କ ଆଶ୍ୱସ୍ତି, ନିର୍ବାଚନୀ ଅନିୟମିତତା ମାମଲା ଖାରଜ କଲେ ହାଇକୋର୍ଟ
ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ବିରୋଧରେ ଚାଲିଥିବା ନିର୍ବାଚନୀ ଅନିୟମିତତା ମାମଲା ଖାରଜ ହୋଇଛି। ମାମଲା ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ। ଧାର୍ଯ୍ୟ ସମୟ ସୀମା ପରେ ମାମଲା ଦାଖଲ ହେବାରୁ ଖାରଜ ହୋଇଛି। ଚମ୍ପୁଆରୁ ପ୍ରାର୍ଥୀ ଥିବା ଗୁରୁବକ୍ସ ସିଂ ଆଲୁୱାଲିଆ ମାମଲା କରିଥିଲେ।

ନିୟମ ଅନୁସାରେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୪୫ ଦିନ ଭିତରେ ନିର୍ବାଚନୀ ଅନିୟମିତତା ମାମଲା ଦାୟର ହୋଇପାରିବ। ହେଲେ ଚମ୍ପୁଆର ସ୍ୱାଧୀନ ପ୍ରାର୍ଥୀ ଗୁରୁବକ୍ସ ସିଂ ଆଲୁୱାଲିଆ ଧାର୍ଯ୍ୟ ସମୟଠାରୁ ୧୧ ଦିନ ପରେ ମାମଲା ଦାୟର କରିଥିଲେ। ତେଣୁ ଓଡିଶା ହାଇକୋର୍ଟ ତାଙ୍କ ମାମଲାକୁ ଖାରଜ କରିଦେଇଛନ୍ତି।












Click it and Unblock the Notifications