ବଡ଼ଦିନରୁ ହାଇକୋର୍ଟ ବନ୍ଦ, ଆଜି ଶେଷ କାର୍ଯ୍ୟ ଦିବସ

ଓଡ଼ିଶା ହାଇକୋର୍ଟଙ୍କ ଶୀତ ଅବକାଶ ଆସନ୍ତା ୨୫ତାରିଖରୁ ଆରମ୍ଭ ହେଉଛି । ତେଣୁ ଆଜି କୋର୍ଟର ଶେଷ କାର୍ଯ୍ୟ ଦିବସ । ଜାନୁଆରୀ ୫ତାରିଖ ସୋମବାର କୋର୍ଟ ଖୋଲିବ । ଜାନୁଆରୀ ୨ତାରିଖ ଗୁରୁବାରକୁ ହାଇକୋର୍ଟ ପକ୍ଷରୁ ସ୍ୱତନ୍ତ୍ର ଭାବେ ଛୁଟି ଘୋଷଣା କରାଯାଇଛି । ଏହା ପରିବର୍ତ୍ତେ ମାର୍ଚ୍ଚ ୭ ତାରିଖ ଶନିବାର କୋର୍ଟ କାର୍ଯ୍ୟ କରିବ ବୋଲି ଆଜି ହାଇକୋର୍ଟ ପକ୍ଷର ଜାରି ବିଜ୍ଞପ୍ତିରେ କୁହାଯାଇଛି ।

High Court

ବିଜ୍ଞପ୍ତି ଅନୁସାରେ ଆସନ୍ତା ୩୦ ତାରିଖରେ ଅବକାଶକାଳୀନ ଅଦାଲତ କାର୍ଯ୍ୟ କରିବ । ଏହି ଅଦାଲତରେ ଜଷ୍ଟିସ୍‌ ସାବିତ୍ରୀ ରଥ ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଏକ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବ । ସେହିପରି ଜଷ୍ଟିସ୍‌ ସାବିତ୍ରୀ ରଥ, ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣ ପୃଥକ ପୃଥକ ବେଞ୍ଚ୍‌ରେ ବିଭିନ୍ନ ମାମଲାର ଶୁଣାଣି ହେବ । ତେବେ ଅଦାଲତର କାର୍ଯ୍ୟାଳୟ ଡିସେମ୍ବର ୨୬, ୨୭, ୨୯, ୩୦ ଏବଂ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ନୂଆ ମାମଲା ଦାଖଲ ପାଇଁ କମ୍ପ୍ୟୁଟର ଫାଇଲିଂ କାଉଣ୍ଟର ପ୍ରତି କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ । ସେହିପରି ଜରୁରି ମାମଲାଗୁଡ଼ିକୁ ତାଲିକାଭୁକ୍ତ କରିବା ପାଇଁ ଡିସେମ୍ବର ୨୯ ଦିନ୧୧ଟାରୁ ୧୨ଟା ମଧ୍ୟରେ ଡେପୁଟି ରେଜିଷ୍ଟ୍ରାର (ନ୍ୟାୟିକ)ଙ୍କ କାର୍ଯ୍ୟାଳୟରେ ଥିବା ଡ୍ରପ୍‌ ବକ୍ସରେ ମେନ୍‌ସନ୍‌ ମେମୋ ପକାଇ ଉଲ୍ଲେଖ କରାଯାଇପାରିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+