ASO ମୁଖ୍ୟ ଲିଖିତ ପରୀକ୍ଷାକୁ ରଦ୍ଦ କଲେ ହାଇକୋର୍ଟ, ଡିସେମ୍ବର ୭ରେ ହେବ ସାନି ପରୀକ୍ଷା

ASO ମୁଖ୍ୟ ଲିଖିତ ପରୀକ୍ଷା ବାତିଲ୍ । ଜୁଲାଇ ୧୩ରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ଡିସେମ୍ବର ୭ ତାରିଖରେ ସାନି ପରୀକ୍ଷା ହେବ । ଜୁଲାଇ ୧୩ରେ ହୋଇଥିବା ପରୀକ୍ଷା ପରିଚାଳନାରେ ବିଭ୍ରାଟ ହୋଇଥିବା ସନ୍ଦେହ କରି ହାଇକୋର୍ଟ ରେଜିଷ୍ଟ୍ରାର ଏହି ପରୀକ୍ଷାକୁ ବାତିଲ୍ କରିଛନ୍ତି । ଏଏସଓ ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୭ ହଜା ର ୧୧୩ ଜଣ ପରୀକ୍ଷାର୍ଥୀ ମୁଖ୍ୟ ଲିଖିତ ପରୀକ୍ଷା ଦେଇଥିଲେ । କିନ୍ତୁ ପରୀକ୍ଷା ପରିଚାଳନାରେ ଏଜେନ୍ସିର କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକଟ କରିଥିଲେ ହାଇକୋର୍ଟ । ଫଳରେ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ମୁଖ୍ୟ ପରୀକ୍ଷାକୁ ବାତିଲ୍ କରାଯାଇଛି ।

High Court cancels ASO main written exam SAI exam to be held on December 7

ଡିସେମ୍ବର ୭ରେ ହେବକୁ ଥିବା ସାନି ପରୀକ୍ଷା ଦିନ ପ୍ରଥମ ସିଟିଂରେ ଇଂରାଜୀ ବିଷୟ ରହିଛି । ଏହି ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ହେବ । ପରେ ଦ୍ବିତୀୟ ସିଟିଂ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ଯାଏ ରହିଛି । ସେଥିରେ ଜେନେରାଲ ଆୱାରନେସ୍ ଏବଂ ରିଜୋନିଂ ପରୀକ୍ଷା ହେବ । ତୃତୀୟ ସିଟିଂରେ ଗଣିତ ପରୀକ୍ଷା ଅପରାହ୍ନ ୨ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ କରାଯିବ । ସାନି ପରୀକ୍ଷା ପାଇଁ ଆଶାୟୀ ମାନେ ନଭେମ୍ବର ୧୭ ରୁ ଡିସେମ୍ବର ୫ ତାରିଖ ମଧ୍ୟରେ ସେମାନଙ୍କର ଆଡ଼ମିଟ କାର୍ଡ ଡାଉନଲୋଡ଼ କରିପାରିବେ ।

ଏଏସଓ ଲିଖିତ ପରୀକ୍ଷା ରଦ୍ଦ:

ଓଡ଼ିଶା ହାଇକୋର୍ଟରେ ଏଏସଓ (ଆସିିଷ୍ଟାଣ୍ଟ ସେକ୍ସନ ଅଫିସର) ପଦ ପୂରଣ ପାଇଁ ଅନୁଷ୍ଠିତ ହୋଇଥିବା ଲିଖିତ ପରୀକ୍ଷାକୁ ରଦ୍ଦ କରାଯାଇଛି । ଏନେଇ ଗତକାଲି (ବୁଧବାର) ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତବର୍ଷ ଜୁଲାଇ 13 ତାରିଖରେ ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଲିଖିତ ପରୀକ୍ଷା । ତେବେ ଆସନ୍ତା ଡିସେମ୍ବର 7ରେ ସାନି ମୁଖ୍ୟ ଲିଖିତ ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ଏହି ଲିଖିତ ପରୀକ୍ଷା ପାଇଁ 7 ହଜାର 113 ଜଣ ପରୀକ୍ଷାର୍ଥୀ ଯୋଗ୍ୟତା ହାସଲ କରିଥିଲେ । ଏହି ପରୀକ୍ଷା ପରିଚାଳନା ପାଇଁ ଯେଉଁ ଏଜେନ୍ସିକୁ ଦାୟିତ୍ୱ ଦିଆ ଯାଇଥିଲା, ସେମାନଙ୍କ କାର୍ଯ୍ୟକଳାପକୁ ନେଇ ହାଇକୋର୍ଟ ସନ୍ଦେହ ପ୍ରକାଶ କରିଥିଲେ । ଯେଉଁ କାରଣରୁ ଏହି ପରୀକ୍ଷାକୁ ବାତିଲ କରାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+