ଫେରୁଛନ୍ତି ବହୁ ଚର୍ଚ୍ଚିତ ସାରଥି, ପ୍ରବଚନ ଦେବାକୁ ସାରଥି ବାବାଙ୍କୁ ଅନୁମତି ଦେଲେ ହାଇକୋର୍ଟ
ଏଣିକି ସେ ଦେଇପାରିବେ ପ୍ରବଚନ । ଏନେଇ ସାରଥିଙ୍କୁ ଅନୁମତି ଦେଇଛନ୍ତି ହାଇକୋର୍ଟ ।
କଟକ: ବହୁ ଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥିଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଏଣିକି ସେ ଦେଇପାରିବେ ପ୍ରବଚନ । ଏନେଇ ସାରଥିଙ୍କୁ ଅନୁମତି ଦେଇଛନ୍ତି ହାଇକୋର୍ଟ ।

ସର୍ବାଧିକ ୨ଶହ ଲୋକଙ୍କୁ ନେଇ ସେ ପ୍ରବଚନ ଦେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। କୋଭିଡ଼ କଟକଣା ମାନି ପ୍ରବଚନ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ପ୍ରବଚନ ପାଇଁ ଅନୁମତି ଦେବାକୁ ସାରଥିଙ୍କ ପକ୍ଷରୁ ହାଇକୋର୍ଟରେ ଅପିଲ କରାଯାଇଥିଲା।
ଉଲ୍ଲେଖଥାଉ କି, ୨୦୧୫ରେ ସାରଥିଙ୍କୁ ଗିରଫ କରାଯାଇଥିଲା। ଜଣେ ଛାତ୍ରୀଙ୍କ ସହ ସଂପର୍କକୁ ନେଇ ସାରଥୀ ଚର୍ଚ୍ଚାକୁ ଆସିଥିଲେ। ତେବେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଓ ଭକ୍ତଙ୍କୁ ପ୍ରଲୋଭିତ କରିବା ଅଭିଯୋଗରେ ସାରଥିଙ୍କୁ ଗିରଫ କରାଯାଇଥିଲା। କେନ୍ଦ୍ରାପଡ଼ା ଆଶ୍ରମ ଅନ୍ତେବାସୀ ମାଆ ଝିଅ ଓ ଜଣେ ଡାକ୍ତରୀ ଛାତ୍ରୀଙ୍କ ପକ୍ଷରୁ ସାରଥିଙ୍କ ବିରୋଧରେ ସେତେବେଳେ ୩ଟି ମାମଲା ଦାୟର ହୋଇଥିଲା।












Click it and Unblock the Notifications