ଆଉ ଗିରଫ ହେବେନି ଅନୁଭବ; ଅନୁଭବଙ୍କ ଗିରଫଦାରୀ ଉପରେ ରୋକ ଲଗାଇଲେ ହାଇକୋର୍ଟ
ଅନୁଭବ ମହାନ୍ତିଙ୍କୁ ବଡ ଆଶ୍ବସ୍ତି । ଆଉ ଗିରଫ ହେବେନି ଅନୁଭବ । କେନ୍ଦ୍ରାପଡା ଏମପି ତଥା ବିଜେଡପି ନେତା ଅନୁଭବ ମହାନ୍ତିଙ୍କୁ ବଡ ଆଶ୍ବସ୍ତି ମିଳିଛି । ଅନୁଭବଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ । କଟକ JMFC କୋର୍ଟ ଅନୁଭବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଜାମିନ ବିହୀନ ଗିରଫ ପରଓ୍ବାନା ମଧ୍ୟ ଜାରି କରିଥିଲେ କୋର୍ଟ ।
JMFC କୋର୍ଟ ଅନୁଭବଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦେଶ ଦେଇଥିଲେ । କେବଳ ଅନୁଭବ ନୁହଁନ୍ତି ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ମଧ୍ୟ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ କୋର୍ଟ ।

ତେବେ ଏହା ପରେ JMFC କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ ମହାନ୍ତି । ଆଉ କୋର୍ଟ ତାଙ୍କୁ ଆଶ୍ବସ୍ତି ଦେଇଛନ୍ତି । ତଳ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ ।












Click it and Unblock the Notifications