ଭାଙ୍ଗୁଛି ମାଓବାଦୀଙ୍କ ଗଡ, ଓଡ଼ିଶା ସୀମାରେ ହାଇ ଆଲର୍ଟ ଜାରି

ଗତକାଲି ୩୧ ମାଓବାଦୀଙ୍କ ନିପାତ ପରେ ଆହୁରି ଜୋରଦାର କରାଯାଇଛି ଅପରେସନ। ତେବେ ଏନେଇ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଏହି ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ ହୋଇଛନ୍ତି ଅଧିକ ଫୋର୍ସ। ସୀମାନ୍ତ ଅଞ୍ଚଳକୁ ସିଲ୍ କରି ଅପରେସନ୍ ଚଳାଇଛି ସୁରକ୍ଷା ବାହିନୀ। ମାଓବାଦୀଙ୍କୁ ମୂଳପୋଛ କରିବାକୁ ଚାଲିଛି ବଡ଼ ଅପରେସନ।

ସୂଚନା ଥାଉକି ଗତକାଲି ବଡ ଧରଣର ଏନକାଉଣ୍ଟର ହୋଇଛି। ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ । ସେପଟେ ମାଓବାଦୀଙ୍କ ଗୁଳିରେ ୨ ଯବାନ ସହିଦ ହୋଇଛନ୍ତି। ଜଣେ ଯବାନ ଗୁରୁତର ଆହତ ଅଛନ୍ତି। ଆହତ ଯବାନଙ୍କୁ ଏୟାରଲିପ୍ଟ କରାଯାଇଥିଲା। ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଏନ୍‌କାଉଣ୍ଟର୍ ହୋଇଥିଲା। ଘଟଣାସ୍ଥଳରେ ଆହୁରି ମାଓବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଘଟଣା ସ୍ଥଳରୁ AK47, ଇନସାସ, ଥ୍ରୀ ନଟ ଥ୍ରୀ ବନ୍ଧୁକ, BGL ଲଞ୍ଚର ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି। ଗତ ୧୪ ମାସ ମଧ୍ୟରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨୭୪ଜଣ ମାଓବାଦୀ ନିହତ ହୋଇଛନ୍ତି। ୨୦୨୫ରେ ଏପର୍ଯ୍ୟନ୍ତ ୮୬ ମାଓବାଦୀ ନିହତ ହେଲେଣି ବୋଲି ସୂଚନା ଦେଇଛନ୍ତି ବସ୍ତର ଆଇଜି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+