High Alert In Odisha: POKରେ ହାଇ ଆଲର୍ଟ ସ୍କାନରରେ ଓଡ଼ିଶାର ୭ ଜିଲ୍ଲା

ଭାରତ-ପାକ ଯୁଦ୍ଧ ଆଶଙ୍କା । ଯେକୌଣସି ପରିସ୍ଥିତିରେ ଯୁଦ୍ଧ ହୋଇପାରେ । ୭ଟି ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରିଛି ଗୁଇନ୍ଦା ବିଭାଗ । ଶତ୍ରୁର ନଜର ଏସବୁ ଅଞ୍ଚଳ ଉପରେ ପଡିଥିବା କୁହାଯାଇଛି ।

ରାଜ୍ୟର ୭ଟି ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରାଯାଇ ସେଠାରେ କଡ଼ା ନିରୀକ୍ଷଣ ଜାରି ରଖାଯାଇଛି। ଓଡ଼ିଶା ସୀମାସ୍ଥ ଜଳପଥ ସମେତ ଅନ୍ୟ ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ପୋଲିସ ଓ ଅନ୍ୟାନ୍ୟ ସୁରକ୍ଷା ବାହିନୀ କଡ଼ା ଚେକିଂ ଆରମ୍ଭ କରିଛନ୍ତି ।

High Alert In Odisha ସୂଚନା ଅନୁସାରେ, ପୁରୀ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଜଗତସିଂହପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲାର କେତେକ ଅଞ୍ଚଳକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଏହି ଅଞ୍ଚଳଗଡିକୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡି କରାଯାଇଛି । ସୀମାନ୍ତ ଅଞ୍ଚଳରେ ଥିବା ଜଳପଥ ଓ ସ୍ଥଳପଥରେ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖାଯାଉଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସୁରକ୍ଷା ବାହିନୀ ପେଟ୍ରୋଲିଂ ବୃଦ୍ଧି କରିଛି ।

High Alert In Odisha

High Alert In Odisha ଏହି ଉତ୍ତେଜନାର ମୁଖ୍ୟ କାରଣ ହେଉଛି ଆନ୍ତର୍ଜାତୀୟ ସ୍ତରରେ ଯୁଦ୍ଧ ଆଶଙ୍କା ଏବଂ ଅନୁପ୍ରବେଶର ସମ୍ଭାବନା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

ପୋଲିସ ଅଧିକାରୀମାନେ ଜଣାଇଛନ୍ତି ଯେ, ସମ୍ବେଦନଶୀଳ ଅଞ୍ଚଳରେ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି।

ଏହା ପୂର୍ବରୁ ମଧ୍ୟ ଓ ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶ ଆଶଙ୍କା ଦେଖାଦେଇଥିଲା। ୨୦୨୩ରେ ଭୁବନେଶ୍ୱରର ଏକ ହୋଟେଲରୁ ଚାରି ଜଣ ସନ୍ଦିଗ୍ଧ ବ୍ୟକ୍ତି ପରିଚୟ ପ୍ରମାଣ ନ ଦେଇ ପଳାଇଥିଲେ, ଯାହା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲା।

ସେହିପରି, ୨୦୧୩ରେ ରାଉରକେଲାରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାଗୁ ରାଜ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଚ୍ୟାଲେଞ୍ଜକୁ ଆହୁରି ସ୍ପଷ୍ଟ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+