ବାଘୁଣି ପାଇଁ ଲାଗିଲା ୧୬୩ ଧାରା, ବନ୍ଦ ହେଲା ସ୍କୁଲ
Odisha News: ବାଘୁଣି ପାଇଁ ଲାଗିଲା ୧୬୩ ଧାରା, ବନ୍ଦ ହେଲା ସ୍କୁଲ ଏବଂ ଅଯଥାରେ ଘରୁ ନ ବାହାରିବା ପାଇଁ ସତର୍କ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଶିମିଳିପାଳ ଅଭୟାରଣ୍ୟରୁ ପଳାଇଛି ଯାଇଥିବା ବାଘୁଣୀ ଜିନ୍ନତ ପାଇଁ ଝାଡଖଣ୍ତରେ ହାଇଆଲର୍ଟ ଜାରି କରାଯାଇଛି । ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ବାଘୁଣୀ ବର୍ତ୍ତମାନ ଝାଡଖଣ୍ତ ଚାକୁଳିଆ ନିକଟସ୍ଥ ଚିଆବାନ୍ଧି ଜଙ୍ଗଲରେ ଥିବା ନେଇ ସୂଚନା ରହିଛି । ବାଘୁଣୀ ଭୟରେ ମଙ୍ଗଳବାର ୪ଟି ଗାଁରେ ସ୍କୁଲ ବନ୍ଦ ରଖାଯିବା ସହ ୧୬୩ ଧାରା ଜାରି କରାଯାଇଛି । ତେବେ ବାଘୁଣୀ ଜିନ୍ନତ ୨ ଦିନ ହେଲା ଚିଆବନ୍ଧ ଜଙ୍ଗଲରେ ରହିଛି ଉତ୍ତର-ପୂର୍ବ ଦିଗକୁ ଗତି କରୁଛି । ଜିଗନ୍ନତର ଗତିବିଧି ଉପରେ ନଜର ରଖିଛି ରାଜ୍ୟ ବନବିଭାଗ ।

ଗାଁରେ ବାଘୁଣୀ ଭୟରେ ଲୋକେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । ଏପରିକି ସ୍କୁଲ ବନ୍ଦ ରଖାଯିବାର ନିଷ୍ପତ୍ତି ନିଆଯାଇଛି ।












Click it and Unblock the Notifications