ଭୁବନେଶ୍ବରରେ ହାଇ ଆଲର୍ଟ; ଆତଙ୍କବାଦୀ ପନ୍ନୁ ଧମକ ପରେ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ
ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ ଘଟଣାର ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ ସାଇବର ସେଲ। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ମେଲ୍ର ସତ୍ୟତା ନେଇତଥ୍ୟ ସଂଗ୍ରହ କରି ଫେରିଛି। ଓଡ଼ିଆ ଓ ଇଂଲିଶରେ ଆସିଥିବା ଦୁଇଟି ମେଲ୍କୁ ନିରୀକ୍ଷଣ କରିଛି କ୍ରାଇମବ୍ରାଞ୍ଚ ଟିମ୍।

ଆଜି ସକାଳ ୯ଟା ୪ ମିନିଟ୍ରେ ପନ୍ନୁ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ଏକ ଧମକ ପୂର୍ଣ୍ଣ ମେଲ ପଠାଇଥିଲା। ଏହି ମେଲଟି ଦେଖିବା ପରେ ଅକ୍ଷୟ କମିଶନରେଟ ପୁଲିସକୁ ଜଣାଇଥିଲେ। ପରେ ଏହି ଘଟଣାର ତନଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ସାଇବର ସେଲ। ଆତଙ୍କୀ ପନ୍ନୁ ଏହି ମେଲ୍ ପଠାଇଛି ନାଁ ଏହା ପଛରେ କିଏ ? କେଉଁଠୁ ମେଲଟି ଆସିଛି ? ଆଇପି ଆଡ୍ରେସ ନେଇ ଯାଞ୍ଚ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ।
ଏଥିସହ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ମେସେଜରେ ଓଡ଼ିଆରେ ଥମ୍ବନେଲ୍ ନିଆଯାଇଥିଲା, ଯାହାକୁ ନେଇ ସନ୍ଦେହ ବଢ଼ିଥିଲା। ଏହାକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ସାଇବର ସେଲ ପକ୍ଷରୁ ତନାଘନା କରାରାଯାଛି।
ଆତଙ୍କୀ ପନ୍ନୁ ପାଇଁ ଓଡ଼ିଶାରେ କିଏ କରୁଛି କାମ?, ପନ୍ନୁ ନାଁରେ ଆସିଥିବା ଇମେଲ୍ ପ୍ରକୃତରେ ସେ ପଠାଇଛି ନା ଆଉ କିଏ ପଠାଇଛି ? ରାଜ୍ୟରେ ଖଲିସ୍ତାନୀ ଆତଙ୍କୀଙ୍କ ସ୍ଲିପର ସେଲ ଚାଲିଛି କି?, ବିଦେଶରେ ରହି ପନ୍ନୁ ସ୍ଲିପର୍ ସେଲ୍ ଦ୍ୱାର କିଛି କାଣ୍ଡ ଭିଆଇବାକୁ ପ୍ଲାନିଂ କରୁଛି କି ? ଏଭଳି ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ।












Click it and Unblock the Notifications