Alert In Bhubaneswar: ଭୁବନେଶ୍ୱର ଷ୍ଟେସନରେ ହାଇ ଆଲର୍ଟ; ଫ୍ଳାଗ୍ ମାର୍ଚ କଲା RPF
ପହଲଗାମ୍ ଆକ୍ରମଣ ଘଟଣାକୁ ନେଇ ସବୁ ଷ୍ଟେସନ୍ରେ ଫ୍ଲାଗ୍ ମାର୍ଚ। ଭୁବନେଶ୍ବର ରେଲୱେ ଷ୍ଟେସନ୍ରେ RPF ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ। ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷ ଦେଖିବା ମାତ୍ରେ ଜଣାଇବାକୁ ପରାମର୍ଶ । ମାଇକ ଜରିଆରେ ଯାତ୍ରୀମାନଙ୍କୁ ସଚେତନ କରାଯାଉଛି।
କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ସନ୍ଦେହ ଜନକ ଜିନିଷ ଦେଖିବା ମାତ୍ରେ ତୁରନ୍ତ GRP କିମ୍ବା RPF କୁ ସୂଚନା ଦେବା ପାଇଁ ଲୋକଙ୍କୁ କୁହାଯାଉଛି । ସେହିଭଳି କୌଣସି ଲୋକ ସନ୍ଦେହଜନକ କାର୍ଯ୍ୟ କରୁଥିବା ଦେଖିଲେ ତୁରନ୍ତ ଖବର ଦେବା ପାଇଁ RPF ପକ୍ଷରୁ କୁହାଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ହାତରେ ମେଟାଲ ଡ଼ିଟେକ୍ଟର ଧରି RPF ତନ୍ନ ତନ୍ନ ଯାଞ୍ଚ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ସମସ୍ତ ଯାତ୍ରୀଙ୍କର ଲଗେଜ୍ ସ୍କାନ୍ କରିବା ସହ ବ୍ୟାଗ୍ ଚେକିଂ ମଧ୍ୟ କରାଯାଉଛି । ଡାକବାଜି ଯନ୍ତ୍ର ଦ୍ଵାରା ସମସ୍ତ ରେଳ ଯାତ୍ରୀଙ୍କୁ ଏହିଭଳି ଆଲର୍ଟ କରାଯାଉଛି। ତେବେ କେବଳ ଭୁବନେଶ୍ୱର ନୁହେଁ ସାରା ଦେଶରେ ଏହିଭଳି ଚେକିଂ ଜାରି ରହିଛି ।
ଅପରପକ୍ଷେ ପହଲଗାମ୍ ହମଲାର ଆତଙ୍କବାଦୀ ମାନେ ଏବେ ବି ଜଙ୍ଗଲରେ ଲୁଚି ରହିଥିବା ନେଇ ଖବର ପାଇଛି ଫୋର୍ସ । ଏଭଳି ଖବର ମିଳିବା ପରେ କାଶ୍ମୀରରେ ମଧ୍ୟ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ସୁରକ୍ଷାବାହିନୀ । LOC ଆଖପାଖରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ପାକିସ୍ତାନୀଙ୍କୁ 'ଭାରତ ଛାଡ଼' ନୋଟିସ୍ ହୋଇଛି। ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କ ପାଇଁ ୪୮ ଘଣ୍ଟାର ଡେଡଲାଇନ୍ ଦେଇଥିଲା ଭାରତ। ଯାହା ଏପ୍ରିଲ ୨୭ ତାରିଖରେ ଶେଷ ହୋଇଛି। ଆଉ ଏହି ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ।
'ଭାରତ ଛାଡ଼' ନୋଟିସ୍ ଅନୁଯାୟୀ ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କ ପାଇଁ ୪୮ ଘଣ୍ଟାର ଡେଡଲାଇନ୍ ଦିଆଯାଇଛି। ସାର୍କ ଭିସାଧାରୀଙ୍କୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଥିଲା। କେନ୍ଦ୍ର ସରକାର ୧୨ ଶର୍ଟ-ଟର୍ମ ଭିସାଧାରୀଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ମେଡିକାଲ ଭିସାଧାରୀଙ୍କୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଭାରତ ନଛାଡ଼ିଲେ, ମିଳିବ କଡ଼ା ଦଣ୍ଡ। ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୩ଲକ୍ଷ ଟଙ୍କାର ଜରିମାନା ଭୋଗିବେ।












Click it and Unblock the Notifications