ହାଇଟେକ ମେଡିକାଲ ବିସ୍ଫୋରଣ ଓ ମୃତ୍ୟୁ ଘଟଣା; ତଦନ୍ତ ଆରମ୍ଭ କଲା ସ୍ୱତନ୍ତ୍ର ଟିମ୍‌

ହାଇଟେକ ମେଡିକାଲ ବିସ୍ଫୋରଣ ଓ ମୃତ୍ୟୁ ଘଟଣାର ତଦନ୍ତ କରିବ ଲେବର କମିଶନ । ଲେବର କମିଶନରଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ଟିମ୍‌ ହାଇଟେକ ହସ୍ପିଟାଲରେ ପହଞ୍ଚି ଆଜି ସରଜମିନ ତଦନ୍ତ କରିଛି ।

ଏସି ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବା ସହ ବିସ୍ତୃତ ରିପୋର୍ଟ ଦେବାକୁ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶବ ସଂପର୍କରେ ଭୁଲ ତଥ୍ୟ ଯୋଗୁଁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି ।

ଦୁର୍ଘଟଣା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ହସ୍ପିଟାଲରେ ଘଟିଥିଲା ତା'ର ଟିକିନିଖି ତଥ୍ୟ ସଂଗ୍ରହ କରିଛି ଏହି ସ୍ୱତନ୍ତ୍ର ଟିମ । ଏଥିରେ ଏକାଧିକ ବ୍ୟକ୍ତି ବିଶେଷଙ୍କ ସହ ଡାକ୍ତର, କର୍ମଚାରୀ, ଆଟେଣ୍ଡାଣ୍ଟଙ୍କୁ ପଚରାଉଚରା ହୋଇଛି । ତଦନ୍ତ ପରେ ଦୁର୍ଘଟଣାର ସମସ୍ତ ତଥ୍ୟ ସହ ନିୟୋଜିତ ହୋଇଥିବା ଶ୍ରମିକଙ୍କ ବିବରଣୀ କମିଶନଙ୍କୁ ପ୍ରଦାନ କରାଯାଇଛି ।

ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ କ୍ଷତିପୂରଣ ପାଇବା ନିମନ୍ତେ ଆବେଦନ କରିବାକୁ ଲେବର କମିଶନରଙ୍କ ପକ୍ଷରୁ କୁହାଯାଇଛି । ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୁଗ୍ମ କମିଶନର ପ୍ରଣବ ପାତ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ଯ, ଗତ ୨୯ ତାରିଖରେ ହାଇଟେକ ହସ୍ପିଟାଲରେ ଏସି କାମ ଚାଲୁଥିବା ବେଳେ କମ୍ପ୍ରେସର ଫାଟି ବିସ୍ଫୋରଣ ହୋଇଥିଲା। ଏହି ଅଘଟଣରେ ୪ ଜଣ ଗୁରୁତର ହୋଇ ଚିକିତ୍ସିତ ହୋଇଥିଲେ । ପରବର୍ତ୍ତୀ ସମୟରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+