ହାଇଟେକ୍ ହାଇଡ୍ରାମା; ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ କଲା ଛାତ୍ର କଂଗ୍ରେସ

ହାଇଟେକ୍ ହାଇଡ୍ରାମା । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼ । ହାଇଟେକ୍‌ ମାମଲାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ମାଡ଼ । ଭୁବନେଶ୍ବର ସରକାରୀ ଘର ଉପରକୁ ଛାତ୍ର କଂଗ୍ରେସ ଅଣ୍ଡା ମାଡ଼ କରିଛି । ରାଲିରେ ଆସି ଆନ୍ଦୋଳନ କରିବା ସହ ଅଣ୍ଡା ମାଡ଼ କରିଛି ଛାତ୍ର କଂଗ୍ରେସ ।

ହାଇଟେକ୍ ଲାଇସେନ୍ସ ରଦ୍ଦ ଓ ତିରୁପତି ପାଣିଗ୍ରାହୀଙ୍କ ଗିରଫ ଦାବିକୁ ନେଇ ଛାତ୍ର କଂଗ୍ରେସ ତାତିଛି । ସେପଟେ ହାଇଟେକ୍‌ ବିସ୍ଫୋରଣ ଘଟଣାକୁ ୧୧ ବିତିଥିଲେ ବି ମୃତକଙ୍କ ପରିଚୟକୁ ନେଇ ଏବେ ବି ଅସ୍ପଷ୍ଟ ରହିଛି ।

୯୫ ପ୍ରତିଶତ ଗ୍ୟାରେଣ୍ଟି ଦେଇ ଯେଉଁ ଦିଲୀପ ସାମନ୍ତରାୟଙ୍କୁ ଜୀବିତ ବୋଲି ଦର୍ଶାଇଥିଲା ମେଡିକାଲ୍ ହେଲେ ୨୪ ଘଣ୍ଟା ଭିତରେ ସେହି ଦିଲୀପଙ୍କ ମୃତ୍ୟୁ ହୋଇଥିବା କହିବା ପରେ ଏହି ବିବାଦ ବଢ଼ିଛି । ଆଉ ଆଜି ସେହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼ କରିଛି ଛାତ୍ର କଂଗ୍ରେସ ।

Congress protest

ହାଇଟେକ୍‌ ହାଇଡ୍ରାମା ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେପି

ହାଇଟେକ୍‌ରେ ୨୦% ପୋଡ଼ିଥିବା ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧା ନାହିଁ ବୋଲି ବିଜେପି କହିଛି । ୯୦% ପୋଡ଼ିଥିବା ରୋଗୀଙ୍କ ଚିକିତ୍ସା କିଭଳି ହେଉଥିଲା ବୋଲି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି । ହାଇଟେକ୍‌ ହାଇଡ୍ରାମା ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେପି ।

ସୁସ୍ଥ ହୋଇ ଭେଣ୍ଟିଲେଟରରୁ ବାହାରିଥିବା ରୋଗୀ କିଭଳି ମରିଗଲେ ବୋଲି ଅନୀଲ ପ୍ରଶ୍ନ କରିଛନ୍ତି । 'ଏହି ଘଟଣାରେ କେବଳ ଅବହେଳା ହୋଇନି, ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ସେ କହିଛନ୍ତି । ଆତ୍ମହତ୍ୟା କରିଥିବା ମହିଳାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ, ମାମଲା ହେଉ ବୋଲି ଅନୀଲ କହିଛନ୍ତି ।

ସ୍ବାସ୍ଥ୍ୟ ବିଭାଗ, ଶ୍ରମ କମିଶନର କାହିଁକି ଚୁପ୍‌ ଅଛନ୍ତି ବୋଲି ଅନୀଲ ବିଶ୍ୱାଳ କହିଛନ୍ତି । 'ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ଦିଆଯାଉ, କମିଶନ ତଦନ୍ତ କରନ୍ତୁ ବୋଲି ଅନୀଲ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+