କଟକ, ଭୁବନେଶ୍ୱର ଏବଂ ପୁରୀ ମଧ୍ୟରେ ଚାଲିବ ହାଇ-ଟେକ୍ ଇଲେକ୍ଟ୍ରିକ ବସ୍
Odisha News: କଟକ, ଭୁବନେଶ୍ୱର ଏବଂ ପୁରୀ ମଧ୍ୟରେ ଚାଲିବ ହାଇ-ଟେକ୍ ଇଲେକ୍ଟ୍ରିକ ବସ୍ । କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଓଡ଼ିଶାରେ ଇଲେକ୍ଟ୍ରିକ ବସ୍ ପରିଚାଳନର ପ୍ରସ୍ତାବ ଦେଇଛନ୍ତି । ଏହି ସେବା ଆରମ୍ଭ ହେବା ପରେ ଭୁବନେଶ୍ୱର କଟକ ଯୁଗ୍ମ ନଗରୀକୁ ତୀର୍ଥନଗରୀ ପୁରୀ ସହ ସିଧାସଳଖ ଇଲେକ୍ଟ୍ରିକ ବସ୍ ସେବା ଆରମ୍ଭ ହେବ ।
ସୂଚନା ଅନୁସାରେ, ଏହି ବସ ଗୁଡିକ ଫ୍ଲାସ୍-ଚାର୍ଜିଂ ପ୍ରଯୁକ୍ତିବିଦ୍ୟାରେ ପରିପୂର୍ଣ୍ଣ । ସେହିପରି ବସ୍ ଷ୍ଟପ୍ରେ ଲାଗିଥିବା ୬୦୦ କିଲୋୱାଟର ଓଭରହେଡ୍ ଚାର୍ଜର ମାଧ୍ୟମରେ ୩୦ ସେକେଣ୍ଡରୁ କମ୍ ସମୟରେ ପୂର୍ଣ୍ଣ ଚାର୍ଜ ହେବାର କ୍ଷମତା ରଖିଛି। ସ୍ୱୟଂଚାଳିତ ଭାବେ ଚାର୍ଜିଂ ଆରମ୍ଭ କରିବା ପାଇଁ ଡିଜାଇନ୍ କରାଯାଇଛି ।

ସେହିପରି ଏହି ବସରେ ୧୮ ମିଟର ଲମ୍ବା ଏବଂ ଏହାର ଏକ୍ସିକ୍ୟୁଟିଭ୍ ଶ୍ରେଣୀର ସିଟ୍, ବ୍ୟକ୍ତିଗତ ଟିଭି, ଏସି, ଲାପଟମ ରଖିବା ପାଇଁ ସ୍ଥାନ ଏବଂ ମୋବାଇଲ ଚାର୍ଜିଂ ପାଇଁ ମଧ୍ୟ ସୁବିଧା ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବସ ପାରମ୍ପରିକ ବସ୍ ତୁଳନାରେ ଏହା ଯାତ୍ରୀଙ୍କ ପାଇଁ ୩୦ ପ୍ରତିଶତ କମ ଖର୍ଚ୍ଚ ହେବ । ଏହି ବସ୍ଗୁଡ଼ିକ ପାଇଁ ପାଇଲଟ ପ୍ରକଳ୍ପ ମହାରାଷ୍ଟ୍ରର ନାଗପୁରରେ ଆରମ୍ଭ ହେବାକୁ ଯାଉଛି।












Click it and Unblock the Notifications