ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଜାରି ରହିଥିବା ମହାମାରୀ କରୋନା କୋପ ପାଇଁ ବନ୍ଦ ଥିବା ରାଜ୍ୟର ଐତିହ୍ୟସ୍ଥଳୀ ଖୋଲିବାକୁ ଯାଉଛି । ଆସନ୍ତା ୧୬ ତାରିଖରୁ ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ ଖୋଲିବ ।
ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଜାରି ରହିଥିବା ମହାମାରୀ କରୋନା କୋପ ପାଇଁ ବନ୍ଦ ଥିବା ରାଜ୍ୟର ଐତିହ୍ୟସ୍ଥଳୀ ଖୋଲିବାକୁ ଯାଉଛି । ଆସନ୍ତା ୧୬ ତାରିଖରୁ ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ ଖୋଲିବ ।

ସୂଚନାଯୋଗ୍ୟ ଯ, ଏପ୍ରିଲ ୧୫ ତାରିଖରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀ ବନ୍ଦ ରହିଛି। ଖୋଲିଲେ ବି ଐତିହ୍ୟସ୍ଥଳୀରେ ରାଜ୍ୟ ପକ୍ଷରୁ ଜାରି କଟକଣା ପାଳନ ହେବ। ପର୍ଯ୍ୟଟକଙ୍କ ଆଗମନ ଦେଖି ନିର୍ଦ୍ଦିଷ୍ଟ ଏସ୍ଓପି ପାଳନ କରାଯିବ। ଆସନ୍ତା ବୁଧବାର ଠାରୁ ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ପ୍ରତ୍ନତତ୍ତ୍ୱ ବିଭାଗ ଏଏସଆଇ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲାଯିବ।
ବର୍ତ୍ତମାନ ସ୍ଥିତିକୁ ବିଚାରକୁ ନେଇ ଆସନ୍ତା 16.06.2021 ରୁ ସମସ୍ତ କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ଏବଂ ସଂଗ୍ରହାଳୟ (ASI ଅଧୀନରେ) ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ଜାରି କରାଯାଇଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକୁ କଡାକଡି ପାଳନ କରିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି।












Click it and Unblock the Notifications