ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଐତିହ୍ୟ ଘୋଡ଼ା
ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଐତିହ୍ୟ ଘୋଡ଼ା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଏଭଳି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବହୁ ବିବାଦ ଓ ସମାଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଐତିହ୍ୟ ଘୋଡ଼ା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଏଭଳି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବହୁ ବିବାଦ ଓ ସମାଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

କଂଗ୍ରେସ ସହ ବହୁ ସଂଗଠନ ଘୋଡ଼ା ସ୍ଥାନାନ୍ତରକୁ ବିରୋଧ କରିଥିଲେ । ବର୍ଷ ବର୍ଷ ଧରି ମାଷ୍ଟର କ୍ୟାଣ୍ଟିନର ଶୋଭା ବଢ଼ାଉଥିବା ଐହିତ୍ୟ ଘୋଡ଼ା ନିଜ ଜାଗାରୁ ଅନ୍ୟତ୍ର ସ୍ଥାନାନ୍ତର ହେବନି ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା କହିଲେ ବିଏମସି କମିଶନର।
ସୂଚନାଯୋଗ୍ୟ, ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟି ମୋଡାଲ ହବ୍ ନିର୍ମାଣ ସହ ସ୍ମାର୍ଟ ଜନପଥର ବିକାଶ ପାଇଁ ବିଏମ୍ସି ପ୍ରସ୍ତୁତ କରିଥିଲା ଯୋଜନା । ଏଥିନିମନ୍ତେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମନାକୁ ଘୁଞ୍ଚାଇବାକୁ ସ୍ଥିର ହୋଇଥିଲା। ଏପରିକି ବର୍ଷ ବର୍ଷ ଧରି ଏହି ଛକର ଶୋଭା ବଢାଉଥିବା ଏହି ସ୍ଥାପତ୍ୟକୁ ସ୍ଥାନାନ୍ତର କରିବାକୁ ହେଉଥିଲା ଯୋଜନା ।












Click it and Unblock the Notifications