For Quick Alerts
Turn On Notification  
For Daily Alerts
Oneindia App Download

ହେରିଟେଜ କରିଡର ଅନୁଧ୍ୟାନ ପାଇଁ ପୁରୀରେ ASI ଟିମ୍

କୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ନେଇ ପୁରୀରେ ପହଁଞ୍ଚିଲା ଏଏସଆଇର 4 ଜଣିଆ ଟିମ । ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ ନିର୍ମାଣ କାମର ଭିଡ଼ିଓଗ୍ରାଫି ଓ ଡକୁମେଣ୍ଟେସନ କରିଥିଲେ ।

|

ପୁରୀ: କୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ନେଇ ପୁରୀରେ ପହଁଞ୍ଚିଲା ଏଏସଆଇର 4 ଜଣିଆ ଟିମ । ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ ନିର୍ମାଣ କାମର ଭିଡ଼ିଓଗ୍ରାଫି ଓ ଡକୁମେଣ୍ଟେସନ କରିଥିଲେ । ଏହା ସହ ଭର୍ଚ୍ଚୁଆଲ ବୈଠକରେ ଏଏସଆଇ ଡିଜିଙ୍କ ସହ ଆଲୋଚନା କରିଥିଲେ ।

PURI

ଜୁନ 2ରେ ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଥିବାରୁ ତାହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଟିମ। ଅନ୍ୟପଟେ ଶ୍ରୀମନ୍ଦିରର 100 ମିଟର ବାହାରେ ତିଆରି ହେବ ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର । ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା କଲଚୁରାଲ ଆଡଭାଇଜରୀ କମିଟି ଏହି ନିଷ୍ପତ୍ତି ନେଇଛି ।

ଶୁକ୍ରବାର ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପ୍ରକଳ୍ପର ସମୀକ୍ଷା କରିଥିଲେ । ତେବେ ପ୍ରକଳ୍ପ ଡିପିଆର ପରିବର୍ତ୍ତନ ନେଇ ଦୁଇ ଦିନ ତଳେ ଓବିସିସିର ସମ୍ମିଳନୀ କକ୍ଷରେ ଏହି ବୈଠକ ବସିଥିଲା । ଏହି ବୈଠକରେ ପୁରୀ ଜିଲ୍ଲାପାଳ ସମେତ ପ୍ରତ୍ତ୍ନତତ୍ତ୍ବବିତ, ମଠ ମହନ୍ତ ଯୋଗ ଦେଇଥିଲେ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଉଟର ଆକ୍ସେସ ରୋଡ଼ର ନିର୍ମାଣ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
The ASI superintendent arrived in Puri for the first time since the ASI’s affidavit in Orissa High Court. The ASI in the affidavit stated that they have not accorded any valid permission to the state government to undertake the Heritage Corridor project close to the 12th Century Shree Jagannath Temple.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X