ଏଠାରେ ଭଡ଼ାରେ ମିଳନ୍ତି ସ୍ତ୍ରୀ; ବହୁ ଦୂର ଦୂରାନ୍ତରୁ ଲୋକେ ଆସି ଘରକୁ କିଣି ନିଅନ୍ତି, ସଭ୍ୟ ସମାଜରେ ଅସଭ୍ୟ ନୁହେଁ କି ?

ଆମଦେଶରେ ମହିଳାମାନଙ୍କୁ ଦେବୀ ଭାବରେ ପୂଜା କରାଯାଏ, ହେଲେ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମହିଳା ବଜାରରେ ବିକ୍ରି କରାଯାଇଥାଏ । ଆଜ୍ଞା ହଁ, ଏହି ବଜାରରେ ମହିଳାମାନଙ୍କୁ କିଣା-ବିକା ହୁଏ ।

ଭାରତରେ ଭିନ୍ନ ଭିନ୍ନ ଜାତି, ଧର୍ମ, ସମ୍ପ୍ରଦାୟର ଲୋକେ ବାସ କରନ୍ତି । ସମସ୍ତଙ୍କ ନିଜର ସ୍ୱତନ୍ତ୍ର ପରମ୍ପରା ଅଛି । କେତେକ ରୀତିନୀତି ଲୋକମାନଙ୍କ ପ୍ରଶଂସା ପାଇବାକୁ ଯୋଗ୍ୟ ହୋଇଥିବାବେଳେ ଆଉ ଏପରି କେତେକ ରୀତିନୀତି ଅଛି, ଯାହା ସଭ୍ୟ ସମାଜକୁ କଳଙ୍କିତ କରିଥାଏ ବୋଲି କହିଲେ ଚଳେ।

ମଧ୍ୟପ୍ରଦେଶର ଶିବପୁରୀ ବିଷୟରେ କହୁଛୁ । ଏଠାରେ ଏକ ସ୍ଥାନ ଅଛି ଯେଉଁଠାରେ ଲୋକମାନେ ଅନ୍ୟ ଲୋକଙ୍କ ବୋହୂ-ଝିଅମାନଙ୍କୁ କିଣିନିଅନ୍ତି । ଏହି ଖରାପ ଅଭ୍ୟାସକୁ 'ଧଦିଚା' କୁହାଯାଏ। ଏଥିପାଇଁ ଏକ ନିୟମିତ ବଜାର ଅଛି ।

buy women

ଲୋକମାନେ ଏହି ବଜାରକୁ ଆସନ୍ତି ଏବଂ ଚୁକ୍ତି ଅନୁଯାୟୀ ମହିଳାମାନଙ୍କୁ ଭଡାରେ ନେଇଥାନ୍ତି । ଚୁକ୍ତିରେ ଭଡା ଅବଧି ମଧ୍ୟ ସ୍ଥିର ହୋଇଛି । ପୁରୁଷମାନେ ଏଥିପାଇଁ ବହୁ ଦୂର ଦୂରାନ୍ତରୁ ଆସନ୍ତି । ପୁରୁଷମାନେ, ନିଜ ପସନ୍ଦର ଝିଅ କିମ୍ବା ମହିଳାଙ୍କୁ ଦେଖିବା ପରେ, ତାଙ୍କ ମୂଲ୍ୟ ସ୍ଥିର କରନ୍ତି ଏବଂ ତା'ପରେ ତାଙ୍କ ସହିତ ଚାଲିଯାଆନ୍ତି ।

ବଜାରରୁ କିଣାଯାଇଥିବା ମହିଳାଙ୍କ ପାଇଁ ମଧ୍ୟ ଏକ ଚୁକ୍ତିନାମା କରାଯାଇଛି। ଏହା ବ୍ୟତୀତ ବଜାରରେ ମହିଳାଙ୍କ ମୂଲ୍ୟ ପନ୍ଦର ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ। ଏହି ମୂଲ୍ୟ ଲକ୍ଷ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ । କୁମାରୀ ଝିଅମାନଙ୍କର ମୂଲ୍ୟ ଅଧିକ ରହିଥାଏ ।

ଗରିବ ପରିବାର ସେମାନଙ୍କ ମହିଳାମାନଙ୍କୁ ଏହି ବଜାରକୁ ଆଣନ୍ତି । ପୁରୁଷମାନେ ନିଜ ପସନ୍ଦର ମହିଳାଙ୍କ ମୂଲ୍ୟ ସ୍ଥିର କରନ୍ତି ଏବଂ ତାଙ୍କୁ ସାଙ୍ଗରେ ନେଇଯାଆନ୍ତି । ତେବେ ବିଭିନ୍ନ କାରଣ ମଧ୍ୟରୁ ପୁରୁଷ ସେମାନଙ୍କ ପରିବାରର ବୟସ୍କ ଲୋକଙ୍କ ସେବା ପାଇଁ ନିଅନ୍ତି ତ କେହି କେହି ବିବାହ କରିବାକୁ ଅସମର୍ଥ, କିଛି ସମୟ ପାଇଁ ଏଠାରୁ ପତ୍ନୀ କିଣନ୍ତି । ତେବେ ଡିଲକୁ ପ୍ରତ୍ୟାଖ୍ୟାନ କରିବାକୁ ମହିଳାଙ୍କ ସମ୍ପୂର୍ଣ୍ଣ ଅଧିକାର ରହିଛି।

ଏକ ବର୍ଷ କିମ୍ବା କିଛି ମାସ ପାଇଁ ନିଆସିଯାଏ । ଏହାକୁ ନେବା ପୂର୍ବରୁ ଏହାର ଚୁକ୍ତି ମଧ୍ୟ କରାଯାଇଥାଏ । ଏଥିପାଇଁ ଷ୍ଟାମ୍ପ କାଗଜପତ୍ର ମଧ୍ୟ ପ୍ରସ୍ତୁତ କରାଯାଏ । ଏହି ଷ୍ଟାମ୍ପ କାଗଜପତ୍ର କେବଳ ୧୦ ଟଙ୍କାରୁ ଆରମ୍ଭ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+