ଗୃହ ସଚିବ ଭାବେ ଦାୟିତ୍ବ ନେବା ପରେ ହେମନ୍ତ ଶର୍ମାଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ..

ଗୃହ ସଚିବ ଭାବେ ଦାୟିତ୍ୱ ନେଲେ ଆଇଏଏସ ହେମନ୍ତ ଶର୍ମା । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ତାଙ୍କ ପାଇଁ ପ୍ରାଥମିକତା ବୋଲି ସେ କହିଛନ୍ତି । ଏହାସହ ଦାୟିତ୍ୱ ନେଇ ହେମନ୍ତ ଶର୍ମା ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି, ଗୁରୁ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ରାଜ୍ୟରେ ପ୍ରତ୍ୟେକ ଜନ ସାଧାରଣ କେମିତି ନିରାପଦ ଏବଂ ସୁରକ୍ଷିତ ମନେ କରିବେ, ତାହା ହିଁ ମୋ ପ୍ରାଥମିକତା ହେବ । ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ । ଥାନା ଏବଂ ଫାଣ୍ଡିରେ ଭିତ୍ତିଭୂମି ଉନ୍ନତି, ଖାଲିଥିବା ପଦବୀ ପୂରଣ ସହ ପୋଲିସଙ୍କୁ ଗ୍ରାସ୍ ରୁଟ୍ ସ୍ତରରେ ମଜଭୂତ କରାଯିବ ।

Hemant Sharma

ଆରକ୍ଷୀ ଅଧିକ୍ଷକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କିଛି ନିର୍ଦ୍ଦେଶ ଦେଇଥିଲେ । ଗୁରୁବାର ବି ୧୫ ସୂତ୍ରୀ ନିର୍ଦ୍ଦେଶନାମା ଦେଇଛନ୍ତି । ତାକୁ ଆଧାର କରି ମୁଁ କାର୍ଯ୍ୟ କରିବି । ଗୃହ ବିଭାଗ ସହ ପୂର୍ବରୁ ଶିଳ୍ପ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ସହ ଇପିକଲର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ହେମନ୍ତ ଶର୍ମା ।

ଉଲ୍ଲେଖଯୋଗ୍ୟ ଯେ, ନୂଆବର୍ଷର ପ୍ରଥମ ଦିନରେ ହିଁ ସରକାର ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଥିଲେ ।ରାଜ୍ୟ ସରକାରଙ୍କ ଶିଳ୍ପ ସଚିବ ଥିବା ୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ହେମନ୍ତ ଶର୍ମାଙ୍କୁ ଗୃହ ସଚିବ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+