ଜଗନ୍ନାଥ ଧାମରେ ହୋଲି ଖେଳିଲେ ହେମା ମାଳିନୀ, ମହାବାହୁଙ୍କୁ କଲେ ଦର୍ଶନ

ମହାବାହୁଙ୍କୁ ଦର୍ଶନ କରିବା ସହ ଶ୍ରୀକ୍ଷେତ୍ରରେ ହୋଲି ଖେଳିଛନ୍ତି ଅଭିନେତ୍ରୀ । ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ଘରେ ହୋଲି ଉତ୍ସବ ପାଳନ କରାଯାଇଥିବା ବେଳେ ବିଜେପି କର୍ମକର୍ତ୍ତାଙ୍କ ସହ ହୋଲି ସେଲିବ୍ରେଟ କରିଛନ୍ତି ହେମା ।

ପ୍ରଥମେ ହେମା ମାଳିନୀ ସକାଳୁ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପୁରୀ ସାଂସଦ ସମ୍ବିତ ପାତ୍ର ଓ ସେବାୟତ ମାନେ ହେମା ମାଳିନୀଙ୍କୁ ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ ସ୍ବାଗତ କରି ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ ଶ୍ରୀ ମନ୍ଦିର ବେଢ଼ା ପରିକ୍ରମା କରିବା ସହ ବିଭିନ୍ନ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରିଥିଲେ। ତେବେ ହୋଲି ଅବସରରେ ଶ୍ରୀ ମନ୍ଦିରକୁ ହେମା ମାଳିନୀ ଆସିଥିବାରୁ ତାଙ୍କୁ ଦେଖିବା ପାଇଁ ଶ୍ରୀମନ୍ଦିର ନିକଟରେ ଲୋକଙ୍କ ବେଶ ଭିଡ଼ ହୋଇଥିଲା ।

HEMA MALINI

ଏହି ଅବସରରେ ଅଭିନେତ୍ରୀ ହେମା ମାଳିନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ''ସମସ୍ତଙ୍କୁ ହୋଲିର ଶୁଭ କାମନା । ଆଜି ଭଳି ଏକ ପବିତ୍ର ଦିବସ ରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହ ହୋଲି ଖେଳିବା ନିଶ୍ଚିତ ପକ୍ଷେ ଖୁସିର ବିଷୟ । ମଥୁରା ମୁଁ ପ୍ରତିବର୍ଷ ହୋଲି ପାଳନ କରେ । ଚଳିତ ବର୍ଷ ଜଗନ୍ନାଥ ଧାମରେ ହୋଲି ପାଳନ ପାଇଁ ସୁଯୋଗ ମିଳିବା ବେଶ ସୌଭାଗ୍ୟର ବିଷୟ । ତେବେ ହୋଲିରେ ପ୍ରାକୃତିକ ରଙ୍ଗକୁ ନେଇ ଆମେ ହୋଲି ଖେଳିବା ଉଚିତ । ଫୁଲକୁ ନେଇ ହୋଲି ଖେଳିବା ଉଚିତ । ଆଜି ଲୋକ ଙ୍କ ସହ ହୋଲି ଖେଳି ବହୁତ୍ ଖୁସି ଲାଗୁଛି । ଏଭଳି ଭବ୍ୟ ଆୟୋଜନ ନେଇ ପୁରୀ ସାଂସଦ ସମ୍ବିତ ପାତ୍ର ଓ ଅନ୍ୟ ମାନେ ସହଯୋଗ କରିଥିବାରୁ ସମସ୍ତଙ୍କୁ ବହୁତ ଧନ୍ୟବାଦ ।

ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି, ''ଆଜି ପବିତ୍ର ହୋଲି ଉତ୍ସବ ରେ ମଥୁରା ସାଂସଦ ତଥା ବିଶିଷ୍ଟ କଳକାର ବିଜେପି ନେତ୍ରୀ ହେମା ମାଳିନୀ ପୁରୀରେ ଆମ ସହ ହୋଲି ଖେଳ ରେ ସାମିଲ ହୋଇଥିବାରୁ ତାଙ୍କୁ ବହୁତ ବହୁତ ଧନ୍ୟବାଦ । ପୁରୀ ବାସrଙ୍କୁ ସେ ବହୁତ୍ ଶୁଭ କାମନା ଦେଇଛନ୍ତି ସେଥିପାଇଁ ତାଙ୍କୁ ବହୁତ ଧନ୍ୟବାଦ ମୁଁ ଦେଉଛି । ଆମ ସହିତ ହୋଲି ଖେଳ ରେ ସେ ସାମିଲ ହୋଇଥିବାରୁ ତାଙ୍କୁ ବହୁତ ବହୁତ ଶୁଭେଛା ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+