ବାଲେଶ୍ବର ଘଟଣା ପରେ ତତ୍ପର ହେଲା ଗଣଶିକ୍ଷା ବିଭାଗ; ବିଦ୍ୟାଳୟ ଓ ରେସିଡେଣ୍ଟାଲ ହଷ୍ଟେଲ ପାଇଁ ହେଲ୍ପଲାଇନ୍ ନଂ
ବାଲେଶ୍ବର ଘଟଣା ପରେ ତତ୍ପର ହେଲା ଗଣଶିକ୍ଷା ବିଭାଗ । ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଗାଇଡଲାଇନ୍ । ସଠିକ ଭାବେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ ନିର୍ଦ୍ଦେଶ।
ବିଦ୍ୟାଳୟ ଓ ରେସିଡେଣ୍ଟାଲ ହଷ୍ଟେଲ ପାଇଁ ହେଲ୍ପଲାଇନ୍ ନଂ ଜାରି । ମହିଳା ହେଲ୍ପଲାଇନ୍ ନଂ- ୧୮୧, ଶିଶୁ ହେଲ୍ପଲାଇନ୍ ନଂ- ୧୦୯୮, ପୋଲିସ- ୧୧୨, ସ୍କୁଲ ଛାତ୍ର ହେଲ୍ପଲାଇନ ନଂ- ୧୮୦୦୩୪୫୬୭୨୨ । ଭଲ ଭାବେ ହେଲ୍ପ ଲାଇନ ନଂ ଲଗାଇବାକୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ।

ଏହି ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ଜିଲା ଶିକ୍ଷା ଅଧିକାରୀ (DEO) ମାନଙ୍କୁ ନିଜ ନିଜ ଜିଲାରେ ଥିବା ସ୍କୁଲମାନଙ୍କରେ ଏହି କମିଟି ଗଠନ କରିବାକୁ କୁହାଯାଇଛି। ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ପରେ ଗଣଶିକ୍ଷା ବିଭାଗର ଚେତା ପଶିଛି । କଡାକଡି ନିୟମ ଲାଗୁ ପାଇଁ ଗଣ ଶିକ୍ଷା ବିଭାଗର ବଡ଼ ନିର୍ଦ୍ଦେଶ । ବାଲେଶ୍ୱର ଏଫଏମ ଛାତ୍ରୀ ମୃତ୍ୟୁ ପରେ ସଜାଗ ହୋଇଛି ଗଣଶିକ୍ଷା ବିଭାଗ ।
ଏହି ପଦକ୍ଷେପ ଦ୍ୱାରା ସ୍କୁଲ ପରିସରରେ ଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ଯୌନ ନିର୍ଯାତନା କିମ୍ବା ଅନ୍ୟାନ୍ୟ ଅଭିଯୋଗ ସମ୍ପର୍କିତ ମାମଲାଗୁଡିକୁ ସମାଧାନ ପାଇଁ ଏକ ସ୍ବଚ୍ଛ ଓ ନିରପେକ୍ଷ ବ୍ୟବସ୍ଥା ଗଠନ କରାଯିବ। ଏହି ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଯୌନ ନିର୍ଯାତନା ନିବାରଣ ଆଇନ, ୨୦୧୩ (POSH Act) ଅନୁଯାୟୀ ଗଠନ କରାଯିବ।
ସ୍ଵତନ୍ତ୍ର ଭାବେ ଛାତ୍ରୀ ଙ୍କ ସୁରକ୍ଷା ଉପରେ ଗୁରୁତ୍ବ ନେଇ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ସ୍ବତନ୍ତ୍ର ଭାବେ ସ୍କୁଲ ଛାତ୍ରୀଙ୍କ ସୁରକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପରିକି ହେଲ୍ପ ଲାଇନ୍ ନମ୍ୱର୍ ସ୍କୁଲ୍ କାନ୍ଥରେ ଡିସ ପ୍ଲେ କରିବା ସହ ଲିଙ୍ଗଗତ ସମାନତା ନେଇ ବର୍ଣ୍ଣାଳି ପାଠ୍ୟକ୍ରମରେ ସାମିଲ୍ କରି ଛାତ୍ରଛାତ୍ରୀ ଙ୍କୁ ଉଚିତ୍ ଶିକ୍ଷା ଦେବା ଯୋଜନା କରିଛି ବିଭାଗ । ସମସ୍ତ ବିଦ୍ୟାଳୟରେ ଶିକ୍ଷୟିତ୍ରୀ, ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ଏଭଳି ପଦକ୍ଷେପ ଆପଣାଇଛି।
ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ସବୁ କଲେଜରେ ଆଭ୍ୟନ୍ତରୀଣ କମିଟି ଗଠନ ବାଧ୍ୟତାମୂଳକ ନେଇ ବଡ଼ ନିର୍ଦ୍ଦେଶ ଆସିଥିଲା। ସବୁ କଲେଜ, ବିଶ୍ବବିଦ୍ୟାଳୟ ପାଇଁ ଏହି ନିୟମ ଲାଗୁ ହେବ । କେବଳ ସେତିକି ନୁହେଁ ଯୌନ ଉତ୍ପୀଡ଼ନ ରୋକିବା ଦିଗରେ କରାଯିବ କର୍ମଶାଳା । ବାଲେଶ୍ୱର ଅଘଟଣର ୩ ଦିନ ପରେ ଏଭଳି ନିୟମ ଲାଗୁ ନେଇ ସବୁ ଉଚ୍ଚଶିକ୍ଷାନୁ୍ଷ୍ଠାନକୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଥିଲା।












Click it and Unblock the Notifications