ବଢିବନି ମୂର୍ତ୍ତି ଉଚ୍ଚତା, ୪ ଫୁଟରେ ସୀମିତ ରହିବ

ବଢ଼ିବନି ମୂର୍ତ୍ତିର ଉଚ୍ଚତା। ପୂର୍ବ ନିଷ୍ପତ୍ତି ମୁତାବକ ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ । ଅଗଷ୍ଟ ୯ରେ ଜାରି ହୋଇଥିବା ଗାଇଡଲାଇନ ଅପରିବର୍ତ୍ତିତ ରହିବ ।

ଭୁବନେଶ୍ୱର: ବଢ଼ିବନି ମୂର୍ତ୍ତିର ଉଚ୍ଚତା। ପୂର୍ବ ନିଷ୍ପତ୍ତି ମୁତାବକ ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ । ଅଗଷ୍ଟ ୯ରେ ଜାରି ହୋଇଥିବା ଗାଇଡଲାଇନ ଅପରିବର୍ତ୍ତିତ ରହିବ । ତେଣୁ ଗହଳି ନକରି ନିରାଡମ୍ବର ଭାବେ ଧୈର୍ଯ୍ୟର ସହ ପର୍ବକୁ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ସରକାର ।

SRC

ଏ ନେଇ ଆଜି ଏକ ପ୍ରେସ ବାର୍ତ୍ତାରେ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ କିଛି ଦିନ ତଳେ କଟକର ଲୋକ ପ୍ରତିନିଧି ଓ ପୂଜା କମିଟି ସରକାରଙ୍କ ସହ ଆଲୋଚନା କରିଥିଲେ। ସରକାର ମଧ୍ୟ ଦୁଇ ଦିନ ଭିତରେ ଏ ନେଇ ନିଷ୍ପତ୍ତି ନେବେ ବୋଲି କହିଥିଲେ। ଆଜି ରାଜ୍ୟ ସରକାର ପୂଜା ପାଇଁ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ମୂର୍ତ୍ତି ଉଚ୍ଚତାକୁ ୪ ଫୁଟରେ ସୀମିତ ରଖିବା ନିଷ୍ପତ୍ତିରେ ରାଜ୍ୟ ସରକାର ବଳବତ୍ତର ରହିଛନ୍ତି।

ଏସଆରସି କହିଛନ୍ତି, ସବୁଠି ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ପ୍ରଥମ ଲହର ପରେ ଦ୍ୱିତୀୟ ଲହର ଏବେ ଚାଲିଛି। ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଗାଇଡଲାଇନ ଜାରି କରିଥିଲେ। ମୂର୍ତ୍ତି ଉଚ୍ଚତା, ସାଜସଜା ନେଇ ସରକାରଙ୍କ ତରଫରୁ କଟକଣା ଜାରି କରାଯାଇଥିଲା।

ଆଜି ଗଣେଶ ଚତୁର୍ଥୀ ଥିବାବେଳେ ଆଗକୁ ନୂଆଖାଇ ଏବଂ ଦୂର୍ଗା ପୂଜା ହେବାକୁ ଯାଉଛି । ତେଣୁ ଏଭଳି ସ୍ଥିତିରେ ସତର୍କ ଏବଂ ସୁରକ୍ଷିତ ରହିବା ପାଇଁ ଘରେ ବସି ପର୍ବ ପାଳିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+