ଫୁଲୁଛି ମହାନଦୀ; ୧୦ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ SRC
ଫୁଲୁଛି ମହାନଦୀ । ୧୦ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ SRC । ମୁଣ୍ଡୁଳି ଠାରେ ୫.୭୮ ଲକ୍ଷ କୁସେକ୍ ବନ୍ୟାଜଳ ପ୍ରବାହିତ । ବିଶେଷକରି ତଳିଆ ଅଞ୍ଚଳ ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ । ସମ୍ବଲପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ ଜିଲ୍ଲାପାଳଙ୍କୁ ସତର୍କତା । ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସତକର୍ତା । ପାଣି ପଶିଥିବା ରାସ୍ତା ଓ ପୋଲ ଉପରେ ଯାତାୟାତ ନକରିବାକୁ ପରାମର୍ଶ ।

ଏସବୁ ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୋଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ଏଥିସହ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି। ପାଣି ପ୍ରବାହିତ ହେଉଥିବା ରାସ୍ତା, ବ୍ରିଜ ଉପରେ ଯାଆସ ନକରିବାକୁ ବାରଣ କରାଯାଇଛି।
ମହାନଦୀ ଜଳସ୍ତର ବୃଦ୍ଧି ପାଇ ଯୋକୁ ନଦୀ ଅବବାହିକାର ଥିବା ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଛି। କଟକ ଜିଲ୍ଲା ଆଠଗଡ଼ର ବଡ଼ଭୂଇଁ ଖଣ୍ଡହତାକୁ ସଂଯୋଗ କରୁଥିବା ବଡ଼ବନ୍ଧିଆଣି ରାସ୍ତା ସହ ପୋଲ ଉପରେ ୨ ଫୁଟ୍ ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେହିପରି ଉତ୍ତରବାଙ୍କୀ ଘୋଡ଼ାବରଠାରେ ହୁଳୁହୁଳି ପୋଲ ଦେଇ ମହାନଦୀ ବନ୍ୟା ଜଳ ପଶି ତିଗିରିଆ ଓ ଉତ୍ତରବାଙ୍କୀ ଅଞ୍ଚଳର ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଛି।
ସେହିପରି ମହାନଦୀରେ ଦ୍ୱିତୀୟ ବନ୍ୟା ପାଣି ଆସିବାରୁ ଉଛୁଳିଛି ମହାନଦୀର ଶାଖା ନଦୀ ଋଣ। ଫଳରେ ବାଙ୍କୀର ତାଳବସ୍ତ ଓ ବିଲିପଡା ରାସ୍ତାରେ ୨ ଫୁଟ୍ ପାଣି ପ୍ରବାହିତ ହେଉଛି। ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି। ମହାନଦୀର ଜଳସ୍ତର ବଢୁଥିବାରୁ ଆଗକୁ ଅଧିକ ଅଞ୍ଚଳ ଜଳବନ୍ଦୀ ହେବା ଆଶଙ୍କା ରହିଛି।












Click it and Unblock the Notifications