ଜାନୁଆରି ପହିଲାରୁ କଟକରେ ଭାରି ଯାନ ପ୍ରବେଶ ମନା
ପୁରୁଷ ହକି ବିଶ୍ବକପ୍ ୨୦୨୩ର ଉଦଘାଟନୀ ସମାରୋହ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଉଦଘାଟନୀ ସମାରୋହକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ ।
କଟକ: ପୁରୁଷ ହକି ବିଶ୍ବକପ୍ ୨୦୨୩ର ଉଦଘାଟନୀ ସମାରୋହ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଉଦଘାଟନୀ ସମାରୋହକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଜାନୁଆରୀ ପହିଲାରୁ ଅସନ୍ତା ୧୨ ତାରିଖ ଯାଏଁ କଟକ ରାସ୍ତାରେ ଗଡିବନି ଭାରୀଯାନ।

କଟକ ସହରରେ କୌଣସି ଟ୍ରକ, ଟ୍ରିପର ଟ୍ରାକ୍ଟର,ଟ୍ରେଲର ମାଧ୍ୟମରେ ବାଲି, ଚିପ୍ସ ଓ ଲଘୁ ଖଣିଜ ପଦାର୍ଥ କଟକ ସହର ସୀମା ପରିସର ଏବଂ କଟକରୁ ଭୁବନେଶ୍ୱର ମଧ୍ୟର ପରିବହନ ନିଷେଧାଦେଶ ନିୟମ ଜାରି କରିଛନ୍ତି ଜିଲାପାଳ ଭବାନୀ ଶଙ୍କର ଚୟିନୀ। ଆସନ୍ତା ୧୧ ତାରିଖରେ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଉଦଘାଟନୀ ସମାରୋହକୁ ଆସୁଥିବା ଅତିଥି ଓ ଦର୍ଶକ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯାତାୟାତ ସୁବିଧା ଦୃଷ୍ଟିରୁ ଏହି କଟକଣା ଲାଗୁ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ।
ଏହାସହ ଯେଉଁ ଭାରୀଯାନଗୁଡିକ ଅତ୍ୟାବଶ୍ୟକ କାର୍ଯ୍ୟ ସହ ଜଡିତ ଥିବ ସେଗୁଡ଼ିକୁ ଜିଲା ପ୍ରଶାସନ ଓ କମିଶନରେଟ ପୁଲିସ ପକ୍ଷରୁ ଦିଆଯିବ ଅନୁମତି । ଆଉ ସେହି ପ୍ରମାଣ ପତ୍ର ଦେଖାଇ ସେମାନେ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ହୋଇ ପାରିବେ।












Click it and Unblock the Notifications