ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ,ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି
ହୋହାଲ୍ଲା ସତ୍ତ୍ବେ ୨୦ ମିନିଟ୍ ଚାଲିଲା ପ୍ରଶ୍ନକାଳ। ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଆଜି ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ପଞ୍ଚମ ଦିନ। ଆଜି ବିଧାନସଭା ଆରମ୍ଭରୁ ହିଁ ପୁଣି ହଟ୍ଟଗୋଳ କରିଥିଲେ ବିରୋଧୀ ବିଜେଡି ସଦସ୍ୟ। ବାଚସ୍ପତିଙ୍କ ପୋଡିୟମ୍ ତଳକୁ ଆସି ପଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରାଯିବା ପ୍ରତିବାଦରେ ପ୍ଲାକାର୍ଡ ଓ ପୋଷ୍ଟର୍ ଧରି ନାରାବାଜି ସହ ହୋହଲ୍ଲା କରିଥିଲେ। ଏଣେ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ। ବିଜେଡି ବିଜେପି ଭାଇ ଭାଇ, ବିଧାନସଭା ଚଲାଇ ଦିଅନ୍ତି ନାହିଁ ପ୍ଲାଗ କାର୍ଡ ଧରି କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ।

ବିଧାନସଭାରେ ପ୍ରବଳ ହଟ୍ଟାଗୋଳ ସତ୍ତ୍ବେ ବାଚସ୍ପତି ଗୃହ କାର୍ଯ୍ୟକୁ ଜାରି ରଖିଥିଲେ ବାଚସ୍ପତି। ସେ ବାରମ୍ବାର ବିଧାୟକମାନଙ୍କୁ ଗୃହକାର୍ଯ୍ୟ ପରିଚାଳନାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ, ମାତ୍ର ଏଥିପ୍ରତି କର୍ଣ୍ଣପାତ କରିନଥିଲେ ବିରୋଧୀ ବିଧାୟକ। ଶେଷରେ ବାଧ୍ୟ ହୋଇ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ।
ବିଧାନସଭାରେ ବିଧାୟକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ତଥା ପାନୀୟ ଜଳଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ଏବଂ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ। ବିଧାନସଭାରେ ପ୍ରବଳ ହଟ୍ଟାଗୋଳ ସତ୍ତ୍ବେ ବାଚସ୍ପତି ଗୃହ କାର୍ଯ୍ୟକୁ ଜାରି ରଖିଥିଲେ ବାଚସ୍ପତି। ସେ ବାରମ୍ବାର ବିଧାୟକମାନଙ୍କୁ ଗୃହକାର୍ଯ୍ୟ ପରିଚାଳନାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ, ମାତ୍ର ଏଥିପ୍ରତି କର୍ଣ୍ଣପାତ କରିନଥିଲେ ବିରୋଧୀ ବିଧାୟକ। ଶେଷରେ ବାଧ୍ୟ ହୋଇ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ।












Click it and Unblock the Notifications