ସୁନାବେଶ ଦର୍ଶନ ପାଇଁ ଅଧରାତି ଯାଏଁ ଭୁବନେଶ୍ବରରୁ ପୁରୀକୁ ଛୁଟିଛି ହଜାର ହଜାର ଯାନବାହନ
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସୁନାବେଶ ଦର୍ଶନ ନିମନ୍ତେ ଆଜି ପ୍ରବଳ ଜନସମାଗମ ହୋଇଛି ପୁରୀରେ । ପ୍ରବଳ ଜନ ଗହଳିକୁ ଦୃଷ୍ଟିରେ ରଖି ପ୍ରସାଶନ ପକ୍ଷରୁ ଦର୍ଶନ ସମୟକୁ ଏକ ଘଣ୍ଟା ବୃଦ୍ଧି କରାଯାଇ ରାତି ୧୨ ପର୍ଯ୍ୟନ୍ତ ଦର୍ଶନ ନିମନ୍ତେ ବ୍ୟବସ୍ଥା କରାଯାଇଛି।
ପୁରୀରେ ଆଜି ସ୍ଵାଭାବିକ ଠାରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆକଳନ କରଯାଇଥିଲା। ଏଥି ନିମନ୍ତେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ନିୟନ୍ତ୍ରଣ ଉପରେ ଫୋକସ କରଯାଇଥିଲା । ତେବେ ଲକ୍ଷାଧିକ ଯାନବାହାନ ଅପରାହ୍ନ ୪ଟା ପରେ ପୁରୀ ଅଭିମୁଖେ ଚଳାଚଳ କରିବା ପରେ ଧୀରେ ଧୀରେ ନିୟନ୍ତ୍ରଣରୁ ଖସି ଯାଇଥିଲା ଟ୍ରାଫିକ ବ୍ୟବସ୍ଥା ।

ପୋଲିସ ପ୍ରସାଶନ ପକ୍ଷରୁ ଆଗୁଆ ପଦକ୍ଷେପ ସ୍ୱରୂପ ଭୁବନେଶ୍ବର, କୋଣାର୍କ ଏବଂ ବ୍ରହ୍ମଗିରି ପଟରୁ ପୁରୀ ଯାଉଥିବା ଯାନ ଗୁଡିକ ନିମନ୍ତେ ଭିନ୍ନ ଭିନ୍ନ ରୁଟ ପ୍ଳାନ ଅନୁଯାଇ ପାର୍କିଂ ବ୍ୟବସ୍ଥା ତଥା ରୁଟ ପ୍ଳାନ କରାଯାଇଥିଲା। ସବୁଠାରୁ ଅଧିକ ଭିଡ ହେଉଥିବା ଭୁବନେଶ୍ବର ପୁରୀ ରୁଟ ଉପରେ ଦିଆଯାଇଥିଲା ସ୍ଵତନ୍ତ୍ର ଦ୍ରୁଷ୍ଟି। ମାଲତିପାଟପୁର ଠାରୁ ତାଳବଣିଆ ଆଡକୁ ପାର୍କିଂ ଡାଇଭର୍ଟ କରାଯାଇଥିଲା ।
ଯାତ୍ରୀବାହି ବସ, ମୋ-ବସ, କାର, ଦୁଇ ଚକିଆ ଯାନ ଇତ୍ୟାଦି ନିମନ୍ତେ ଅଲଗା ଅଲଗା ଭାବରେ ରୁଟ ନିର୍ଧାରଣ କରଯାଇଥିଲା। ଦ୍ରୋନ ବ୍ୟବହାର କରି ଟ୍ରାଫିକ ପରିଚାଳନା କରଯାଇଥିଲା ସୁନାବେଶ ନିମନ୍ତେ । ତେବେ ଅତ୍ୟଧିକ ଭିଡ ଯୋଗୁ ସମସ୍ତ ରୁଟରେ ଟ୍ରାଫିକ ଜାମ ନଜର ଆସିଥିଲା।












Click it and Unblock the Notifications