ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼: ୨ ଦିନ କେବଳ ସିଂହଦ୍ୱାରା ଦେଇ ପ୍ରବେଶ
Puri News: ଆସୁଛି ନୂଆ ବର୍ଷ, ଯେଉଁଥି ପାଇଁ ଏବେଠୁ ପୁରୀରେ ପ୍ରବଳ ଭିଡ଼ ଦେଖିବା ପାଇଁ ମିଳୁଛି । ନୂଆବର୍ଷରେ ଭକ୍ତଙ୍କ ଭିଡ଼କୁ ଦେଖି ନୂଆ କଟକଣା ଜାରି କରାଯାଇଛି । ୨ ଦିନ ଯାଏଁ ସିଂହଦ୍ୱାରରେ ପ୍ରବେଶ କଟକଣା ଲାଗିଲା । ୩୧ ଏବଂ ୧ ତାରିଖ ଦୁଇ ଦିନ ଶ୍ରୀମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି ।

ତେବେ ଦୁଇ ଦିନ କେବଳ ସିଂହଦ୍ୱାର ଦେଇ ଭକ୍ତ ମାନେ ପ୍ରେବଶ କରିବେ ଏବଂ ଅନ୍ୟ ୩ ଦ୍ୱାର ଦେଇ ବାହାରକୁ ଆସିବେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ସେହିପରି ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ ପୋଲିସ ମୁତୟନ । ମନ୍ଦିର ଭିତରେ୫ଟି ଜୋନ୍ ଓ ବାହାରେ ୬ଟି ଜୋନରେ ବିଭକ୍ତ ହୋଇଛନ୍ତି ପୋଲିସ । ଜନଗହଣଳିପୂର୍ଣ୍ଣ ସ୍ଥାନରେ ରହିବ ଆଣ୍ଟି ସ୍ନାଚିଂ ଟିମ୍ ।












Click it and Unblock the Notifications