ଭୀଷଣ ବର୍ଷାରେ ବେହାଲ କୋରାପୁଟ, ବଦଳିଲା ଟ୍ରେନର ଗତି ପଥ, ଅନେକ ଟ୍ରେନ ବାତିଲ

ଲଘୁଚାପ ପ୍ରଭାବରେ କୋରାପୁଟରେ ଜାରି ରହିଛି ବର୍ଷା । ଲଗାଣ ବର୍ଷା ଫଳରେ ଲକ୍ଷ୍ମୀପୁର ବ୍ଲକ୍ କାକିରିଗୁମ୍ମା ଥାନା ଅନ୍ତର୍ଗତ ତଳମେଟିଂ ରାସ୍ତାରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି । ଏହି ଗ୍ରାମାଞ୍ଚଳକୁ ସଂଯୋଗ ରାସ୍ତା ହୋଇଥିବାରୁ ଯାତାୟତରେ ସମସ୍ୟା ଦେଖିବାକୁ ମିଳିଛି । ଭୂସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇଛି । ଗାଁଲୋକ ଯାତାୟତ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାତାୟାତ ଏକପ୍ରକାର ସମ୍ପୂର୍ଣ୍ଣ ଠପ୍ ହୋଇଛି । ସେହିପରି ନାରାୟଣପାଟଣା ଓ ତଳଗୁମାଣ୍ଡିକୁ ସଂଯୋଗ କରୁଥିବା ବୋରିପୁଟ୍ ରାସ୍ତାରେ ପାହାଡ଼ ଉପରୁ ପଥର ଖସି ରାସ୍ତା ଅବରୋଧ ହୋଇଛି । ୨ ଚକିଆ ଯିବା ଆସିବା କରୁଥିବା ବେଳେ ଅଧାବାଟରୁ ଫେରି ଆସିଛି ଲକ୍ଷ୍ମୀ ବସ୍ । ବଡ଼ ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

rain

କୋରାପୁଟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଅନେକ ସମସ୍ୟା ଉପୁଜିଛି । କୋରାପୁଟ ଜିଲ୍ଲାକୁ ରେଡ ଆଲର୍ଟ ଥିବାବେଳେ ବିଭିନ୍ନ ସ୍ଥାନରେ ରେଳପଥରରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଛି । କେତେକ ଟ୍ରେନ ଚଳାଚଳ ବାତିଲ କରାଯାଇଛି । ଆଉ କିଛି ଟ୍ରେନର ଗତିପଥ ବଦଳି ଦିଆଯାଇଛି । କିଛି ନାଇଟ ଏକ୍ସପ୍ରେସ ରାୟଗଡ଼ା ଦେଇ ଯାତାୟାତ କରିବ । ସେହିପରି ବିଶାଖାପାଟଣା, କିରନ୍ଦୁଲ ପାସେଞ୍ଜର ଟ୍ରେନକୁ ଆଜି ଏଵଂ କାଲି ପାଇଁ ବାତିଲ କରାଯାଇଛି । ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+