ରାଜଧାନୀରେ ଅଦିନିଆ ବର୍ଷାର ପ୍ରକୋପ, ହୋର୍ଡିଂ ଭୁଶୁଡ଼ି ୨ ଜଣଙ୍କର ମୃତ୍ୟୁ

ରାଜଧାନୀରେ ଅଦିନିଆ ବର୍ଷାର ପ୍ରକୋପ । ହୋର୍ଡିଂ ଭୁଶୁଡ଼ି ୨ ଜଣଙ୍କର ମୃତ୍ୟୁ । ଭୁବନେଶ୍ୱର ଆଇଗିଣିଆରେ ଅଘଟଣ । ଦୁର୍ଗାମଣ୍ଡପ ପାଖରେ ଏକ ବଡ଼ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କର ଜୀବନ ଯାଇଛି । ୫ରୁ ୬ଟି ଦୋକାନ ଘର କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିଥିଲେ । କେବଳ ୨ ଜଣଙ୍କର ମୃତ୍ୟୁ ହୋଇନି ବରଂ ହୋର୍ଡିଂ ତଳେ କିଛି ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।ଗ୍ୟାସ୍ କଟରରେ ହୋର୍ଡିଂ ଅଂଶକୁ କାଟି ବାହାର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ବିଧାୟକ ପହଞ୍ଚିଥିଲେ ।

rain

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଟୁଇନ୍ ସିଟି କଟକ ଓ ଭୁବନେଶ୍ବରରେ ବି ମଧ୍ୟମ ଧରଣର ବର୍ଷା ହୋଇଛି । ସେପଟେ ରାଜଧାନୀ ଉପକଣ୍ଠ ଅନେକ ସ୍ଥାନରେ ପବନ ସହ ବର୍ଷା ଦେଖିବାକୁ ମିଳିଛି । ଏପଟେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି ।

ବିଶେଷ କରି କୋରାପୁଟ, ସୁବର୍ଣ୍ଣପୁର ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ସହ ବର୍ଷା ଦେଖିବାକୁ ମିଳିଛି । ସେହିପରି ଟୁଇନ୍ ସିଟି କଟକ ଓ ଭୁବନେଶ୍ବରରେ ବି ମଧ୍ୟମ ଧରଣର ବର୍ଷା ହୋଇଛି । ଆଜି ମଧ୍ୟ ବର୍ଷାର ପ୍ରଭାବ କିଛି ଜିଲ୍ଲାରେ ରହିବ । ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ୫ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଏବଂ ଝଟକା ପବନ ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+