ରାଜ୍ୟରେ ପ୍ରବଳ ବର୍ଷା, ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ SRCଙ୍କ ନିର୍ଦ୍ଦେଶ
ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସଆରସି । ଅରେଞ୍ଜ ଓ ୟେଲୋ ଆଲର୍ଟ ଦିଆଯାଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ କୁହାଯାଇଛି । ଲୋକମାନେ ପାଣିପାଗ ଉପରେ ନଜର ରଖିବା ସହ ବିଜୁଳି, ଘଡ଼ଘଡ଼ି ସମୟରେ ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ ରହିଛି । ଯଦି ବର୍ଷା, ବିଜୁଳି, ଘଡ଼ଘଡ଼ି କିମ୍ବା କୁଆପଥର ମାଡ଼ ଯୋଗୁ କ୍ଷୟକ୍ଷତି ଘଟିଲେ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ଅନ୍ୟପଟେ ଆଜି ସୃଷ୍ଟି ହେବ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପାସଗର ଉପରେ ଲୋ ପ୍ରେସର ସୃଷ୍ଟି ହେବା ସମ୍ଭାବନା । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବ । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ବର୍ଷା ଓ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି । ଆଜିଠାରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଏହା ସହ ଏକ ଟ୍ରପ ଲାଇନ ମଧ୍ୟ ସକ୍ରିୟ ରହିଛି । ପ୍ରବଳ ବର୍ଷା ଓ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ କିଛି କିଛି ସ୍ଥାନରେ ପବନର ବେଗ ୪୦ରୁ ୫୦ କିଲୋମିଟର ଯାଏ ରହିପାରେ । ରାଜ୍ୟରେ ପ୍ରାକ ମୌସୁମୀ ବର୍ଷା ଜାରି ରହିଛି । କିନ୍ତୁ ସୋସିଆଲ ମିଡିଆରେ ଚାଲିଥିବା ବାତ୍ୟା ସୃଷ୍ଟିର କୌଣସି ସମ୍ଭାବନା ନାହିଁ । IMD କୌଣସି ବାତ୍ୟା ସୃଷ୍ଟିର ପୂର୍ବାନୁମାନ କରିନାହିଁ ।












Click it and Unblock the Notifications