ଦିଲ୍ଲୀ-ଏନ୍‌ସିଆର୍‌ରେ ପ୍ରବଳ ବର୍ଷା, ବୁଡ଼ିଲା ରାସ୍ତାଘାଟ ; ୧୦୦ରୁ ଊର୍ଦ୍ଧ୍ବ ବିମାନ ଉଡ଼ାଣ ପ୍ରଭାବିତ

ଦିଲ୍ଲୀ-ଏନ୍‌ସିଆର୍‌ରେ ପ୍ରବଳ ବର୍ଷା, ବୁଡ଼ିଲା ରାସ୍ତାଘାଟ । ରାସ୍ତାଘାଟରେ ପାଣି ଜମିବାରୁ ଗମନାଗମନ ପ୍ରଭାବିତ । ଖରାପ ପାଗ ଯୋଗୁଁ ୧୦୦ରୁ ଊର୍ଦ୍ଧ୍ବ ବିମାନ ଉଡ଼ାଣ ପ୍ରଭାବିତ । ୨୫ଟି ବିମାନର ଗତିପଥରେ ପରିବର୍ତ୍ତନ ସୂଚନା ।

Heavy rains in Delhi-NCR

ଦିଲ୍ଲୀ-ଏନ୍‌ସିଆର୍‌ରେ ବଦଳିଲା ପାଗ, ଝଡ଼ତୋଫାନ ସହ ପ୍ରବଳ ବର୍ଷିଲା । ରାଜଧାନୀ ବାସୀଙ୍କ ଜନଜୀବନ ବର୍ଷାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା କାରଣରୁ ଟ୍ରାଫିକ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ଇନ୍ଦିରାଗାନ୍ଧୀ ଏୟାରପୋର୍ଟରେ ୧ନଂ ଟର୍ମିନାଲରେ ପାଣି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ । ଲଗାଣ ବର୍ଷା କାରଣରୁ ମୋଟ ୨୫ଟି ବିମାନର ଗତିପଥକୁ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି ।

ପ୍ରବଳ ବର୍ଷା ଯୋଗୁଁ ରାଜଧାନୀ ଦିଲ୍ଲୀର ମେଟ୍ରୋ, ହମାୟୁ ରୋଡ ଏବଂ ଶାସ୍ତ୍ରୀ ଭବନରେ ପାଣି ଜମି ରହିଥିବା ଦେଖିବାକୁ ମିଳୁଥିଲା । ଯାହାଫଳରେ ମେଟ୍ରୋ ରୋଡରେ କାରଗୁଡିକ ବୁଡି ରହିଥିଲା । ଲଗାତାର ଝଡବର୍ଷା ଯୋଗୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିବାରୁ ଗମନାଗମନ ବନ୍ଦ ରହିଥିଲା । ତେଣୁ ଟ୍ରାଫିକ୍ ସେବାରେ ମଧ୍ୟ ସମସ୍ୟା ଦେଖାଦେଇଥିଲା ।

ଝଡବର୍ଷା କାରଣରୁ ଅନେକାଂଶ ଫ୍ଲାଇଟକୁ ବନ୍ଦ କରିଦିଆଯାଇଛି । ଯଦିଓ ପାଗରେ ସୁଧାର ଦେଖାଦେଇଛି ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରହିଛି । ଯାତ୍ରୀମାନଙ୍କୁ ବିମାନ ସେବା ସମ୍ବନ୍ଧରେ ଯାଞ୍ଚ କରି ଆସିବାକୁ ପରାମର୍ଶ ଦେଇଛି ସ୍ପାଇସଜେଟ୍ ।

ଅନ୍ୟପଟେ ୪୦-୫୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିବା ସହିତ ଝଡବର୍ଷା ସହିତ ବିଜୁଳି ମାରିବାର ସତର୍କ କରାଇଥିଲା । ଏହି ସମୟରେ ହରିୟାଣା ଏବଂ ରାଜସ୍ଥାନର ଅନେକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି IMD । ଏଥି ସହିତ ଲୋକଙ୍କୁ ସତର୍କ ରହିବାକୁ କର୍ତ୍ତୁପକ୍ଷ ଅନୁରୋଧ କରିଛନ୍ତି ।

ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । କେରଳ ସମେତ କର୍ଣ୍ଣାଟକ, ତାମିଲନାଡୁ ଓ ମିଜୋରାମର କିଛି ଅଞ୍ଚଳକୁ ମଧ୍ୟ ଅଗ୍ରସର ହୋଇଛି ମୌସୁମୀ । ଚଳିତ ବର୍ଷ ୮ ଦିନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପ୍ରବେଶ କରିଛି । ୨୦୦୧ ଓ ୨୦୦୯ ମସିହାରେ ମେ' ୨୩ରେ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଥିଲା । ୧୯୯୦ ମସିହାରେ ମେ ମାସ ୧୯ ତାରିଖରେ ମୌସୁମୀ କେରଳରେ ପହଞ୍ଚିଥିଲା । ୨୦୦୦ରୁ ୨୦୨୫ ମଧ୍ୟରେ ୧୪ ଥର ମେ' ମାସରେ ଓ ୧୨ ଥର ଜୁନ୍ ମାସରେ ମୌସୁମୀ କେରଳ ଛୁଇଁଥିଲା । ଏଥର ମୌସୁମୀ ଶୀଘ୍ର କେରଳ ଛୁଇଁଥିବାରୁ ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ମଧ୍ୟରେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+