ଏପ୍ରିଲ ୧୯ ଯାଏଁ ପ୍ରବଳ ବର୍ଷିବ: କୁଆପଥର ମାଡ ସହ ମାରିବ ବିଜୁଳି, ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଟ୍ରପଲାଇନ ପ୍ରଭାବ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କୁଆପଥର ମାଡ ସହ ୫୦ରୁ ୬୦ ବେଗରେ ବହିବ ପବନ । ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସନ୍ତା ୨୪ ଘଣ୍ଟା ପାଇଁ ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ:
ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବିଜୁଳି, ଘଡଘଡି, କୁଆପଥର ବର୍ଷା ତା ସହିତ ଝଟକା ପବନ 50ରୁ 60 କିମି ବେଗରେ ବହିବାର ସମ୍ଭାବନା ରହିଛି । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଅନୁଗୋଳ, ନୟାଗଡ,ଗଞ୍ଜାମ, ଗଜପତି, କୋରାପୁଟକୁ ୱାର୍ଣ୍ଣିଂ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାୟଗଡା, ମାଲକାନଗିରି ଜିଲ୍ଲାରେ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ:
ବିଜୁଳି ଘଡଘଡି ସହ ଝଟକା ପବନ ବହିବ । 40ରୁ 50 କିମି ପ୍ରତି ଘଣ୍ଟାରେ ପବନର ବେଗ ରହିବ । ଜିଲ୍ଲା ଗୁଡିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର,ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ, ଝାରସୁଗୁଡା, ବଗରଡ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର । ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସନ୍ତାକାଲି ପାଇଁ ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ:
୧୬ ତାରିଖରେ ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଘଡଘଡି ବର୍ଷା ସହ ବିଜୁଳି ମାରିବ ଝଟକା ପବନ ମଧ୍ୟ ବହିବ । 40ରୁ 50 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଜିଲ୍ଲା ଗୁଡିକ ହେଲା- ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ।
୧୭ ଏପ୍ରିଲରେ ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ:
କୋଷ୍ଟାଲ ଓଡିଶା ମୟୂରଭଞ୍ଜ, କେନ୍ଦୁଝର, ରାୟଗଡା, ମାଲକାନଗିରି,କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବିଜୁଳି ଘଡଘଡି ସହ ଝଟକା ପବନ ବହିବ । 40ରୁ 50 କିମି ଘଣ୍ଟା ପ୍ରତି ପବନର ବେଗ ରହିବ ।
ଆସନ୍ତା ୧୯ରେ ମଧ୍ୟ ବର୍ଷା ଲାଗି ରହିବ । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗସିଂହପୁର, ଯାଜପୁର,ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡଘଡି, ଝଟକା ପବନ ୪୦ରୁ ୫୦ କିମି ବେଗରେ ବହିବ ।












Click it and Unblock the Notifications