ଆସନ୍ତା ୨୪ରୁ ରାଜ୍ୟରେ ବଢିବ ବର୍ଷା; ବିଜୁଳି, ଘଡଘଡି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜ୍ୟରେ ଆସନ୍ତା ୨୪ରୁ ବଢିବ ବର୍ଷା । ଆସନ୍ତା ୩ଦିନ ବିଜୁଳି, ଘଡଘଡି ସହ କାଁ ଭାଁ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ୩୦ରୁ ୪୦ କିମି ବେଗରେ ପବନ ବହିବ । ଆଜି ବିଜୁଳି, ଘଡଘଡି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
କାଲି ପାଇଁ ମଧ୍ୟ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । କିନ୍ତୁ ୨୪ରୁ ବର୍ଷାର ପରିମାଣ ବଢ଼ିବା ସହ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ । ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ୨୪ରେ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେପଟେ ପୂର୍ବ ଓ ମଧ୍ୟ ଭାରତରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲିଠୁ ୨୫ ତାରିଖ ଯାଏ ପ୍ରବଳ ବର୍ଷା ନେଇ ଝାଡଖଣ୍ଡକୁ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ସିକ୍କିମ ଓ ବିହାରରେ ମଧ୍ୟ ପ୍ରବଳ ବର୍ଷା ନେଇ ଆଲର୍ଟ ରହିଛି । ଆଜିଠୁ ଆସନ୍ତା ୨୭ ତାରିଖ ଯାଏ ଦେଶର ବିଭିନ୍ନ ରାଜ୍ୟକୁ ପ୍ରବଳ ବର୍ଷା ନେଇ ସତର୍କତା କରାଯାଇଛି ।
୨୪ରୁ ୨୬ ତାରିଖ ଯାଏ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏପର୍ଯ୍ୟନ୍ତ ସ୍ବାଭାବିକଠାରୁ ୫ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି । ୨ ଜିଲ୍ଲାରେ ଅତ୍ୟଧିକ ବର୍ଷା, ୬ଟି ଜିଲ୍ଲାରେ ସ୍ବାଭାବିକଠୁ ଅଧିକ ଓ ୧୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ସେହିପରି ୬ଟି ଜିଲ୍ଲାରେ ସ୍ଵାଭାବିକଠୁ କମ ବୃଷ୍ଟିପାତ ଓ ଗୋଟିଏ ଜିଲ୍ଲାରେ ଖୁବ କମ ବର୍ଷା ହୋଇଥିବା ଜଣାଯାଇଛି। ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ମାତ୍ର ବଡ଼ ବର୍ଷା କିମ୍ବା ବିସ୍ତୃତ ଅଞ୍ଚଳ ଭିଜିବା ସମ୍ଭାବନା ନାହିଁ ।












Click it and Unblock the Notifications