୫ ଦିନ ପ୍ରବଳ ବର୍ଷିବ! ଏହି ଜିଲ୍ଲାକୁ ରେଡ୍ ଆଲଟ୍
ରାଜ୍ୟରେ ଆହୁରି ୫ ଦିନ ବର୍ଷା ଓ୍ୱାର୍ଣ୍ଣିଂ। ପାଣିପାଗ ବିଭାଗର ପୂର୍ବାନୁମାନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ। ଫଳରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉତ୍ତର ଓ ଉପକୂଳ ଓଡ଼ିଶାରେ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ନେଇ ମଧ୍ୟ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ୱଲପୁର ଓ ଦେବଗଡ଼ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଚଳିତ ସେପ୍ଟେମ୍ବର ମାସରେ ଓଡ଼ିଶାରେ ସାଧାରଣ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତରେ ସେପ୍ଟେମ୍ବରରେ ସାଧାରଣଠାରୁ ଅଧିକ ବର୍ଷା ହେବ, ଏବଂ ମାସ ଆରମ୍ଭ ସୁଦ୍ଧା ୧୦୭% ବର୍ଷା ହୋଇଛି, ଯାହା ସାଧାରଣଠାରୁ ୭% ଅଧିକ।

ସାଧାରଣତଃ ମୌସୁମୀ ସମୟରେ ୧୩ରୁ ୧୪ଟି ଲଘୁଚାପ ଓ ଅବପାତ ସୃଷ୍ଟି ହୋଇଥାଏ, କିନ୍ତୁ ଏଥର ୧୬ଟି ଲଘୁଚାପ ଓ ଅବପାତ ହେବାର ଆକଳନ ରହିଛି। ଲଘୁଚାପ ହେଲେ ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଅଧିକ ବର୍ଷା ହେବ। ବର୍ତ୍ତମାନ ସୃଷ୍ଟି ହୋଇଥିବା ଏକ ଲଘୁଚାପ ଆସନ୍ତାକାଲି ସୁଦ୍ଧା ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଏହା ଫଳରେ ରାଜ୍ୟର କିଛି ଜିଲାରେ ୨୦ ସେମିରୁ ଅଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।












Click it and Unblock the Notifications