ସାରା ରାଜ୍ୟରେ ଛେଚିବ କାଳବୈଶାଖୀ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆଉ ୨ ଦିନ ପରେ ରାଜ୍ୟକୁ ଫେରିବ ତାତି । ଆଜି ସାରା ରାଜ୍ୟରେ ଝଡ଼ବର୍ଷା ନେଇ ଆଲର୍ଟ କଲା ଜାତୀୟ ପାଣିପାଗ ବିଭାଗ ।

ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଭାବ ଅଧିକ ରହିବା ସହ କାଳ ବୈଶାଖୀ ଜାରି ରହିବ । ରାଜ୍ୟର ୭ ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଜାତୀୟ ପାଣିପାଗ ବିଭାଗ ।

ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଯାଜପୁରକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି ।ସେହିପରି ୨୩ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସ୍ଥାନେ ସ୍ଥାନେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ମଧ୍ୟ ହେବାର ଆଶଙ୍କା ରହିଛି । ଏଥିସହ ୭୦ରୁ ୮୦ କି.ମି. ବେଗରେ ପବନ ବହିବ । ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ।

Heavy rains expected across the state

ପବନର ବେଗ ୫୦ରୁ ୬୦ କିମି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ। ପବନର ବେଗ ୪୦ରୁ ୫୦ କିମି ଛୁଇଁପାରେ। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ୩୦କୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ଓ ଘଡ଼ଘଡ଼ି ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନୟାଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବି ବହିବ। ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ୩ ତାରିଖରେ ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୪, ୫ ଓ ୬ ତାରିଖରେ ବି କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।

ଭାରତୀୟ ପାଣିପାଗ ବିଭାଗ ମେ ମାସକୁ ନେଇ ଆକଳନ କରି କହିଛି, ମେ ମାସରେ ସ୍ୱାଭାବିକଠାରୁ ଅଧିକ ତାତି ଅନୁଭୂତ ହେବ। ରାତି ବେଳା ଅଧିକ ଗରମ ଓ ଗୁଳୁଗୁଳି ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ମଙ୍ଗଳବାର ବହୁ ସ୍ଥାନରେ ଘନ ଘନ ବଜ୍ରପାତ ହୋଇଛି। ମାଲକାନଗିରିରେ ୨୨.୨ ମିମି ବର୍ଷା ହୋଇଛି। ଭବାନୀପାଟଣାରେ ୧୬.୬, ଟିଟିଲାଗଡ଼ରେ ୧୪, ରାୟଗଡ଼ାରେ ୧୩ମିମି ବର୍ଷା ରେକର୍ଡ ହୋଇଛି।

ଜାତୀୟ ପାଣିପାଗ ବିଭାଗ ସୂଚନା ମୁତାବକ ଚଳିତ ବର୍ଷ ରାଜ୍ୟରେ କାଳବୈଶାଖୀ ସାଙ୍ଗକୁ ଖରାର ମାତ୍ରା ମଧ୍ୟ ବଢ଼ିବ । ଜୁନ୍ ୧ରୁ କେରଳ ଛୁଇଁବ ମୌସୁମୀ । ଏ ବର୍ଷ ଦେଶରେ ଅଧିକ ମୌସୁମୀ ବର୍ଷା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+