Get Updates
Get notified of breaking news, exclusive insights, and must-see stories!

ଉପର ମୁଣ୍ଡରେ ଲଗାଣ ବର୍ଷା; ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ୬ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ

ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର ୬୦୪.୪୩ ଫୁଟରେ ପହଞ୍ଚିଛି । ଜଳଭଣ୍ଡାରକୁ ୧ ଲକ୍ଷ ୪୨ ହଜାର ୯୭୭ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩୪ ହଜାର ୬୭୦ କ୍ୟୁସେକ ଜଳ । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ ।

ସେପଟେ ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ । ଏନେଇ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି । ତେବେ ଗେଟ୍ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ସକାଳ ୧୦ଟାରେ ଖୋଲିବ ୭ ନମ୍ବର ଗେଟ୍ । ପୂଜାର୍ଚ୍ଚନା ପରେ ହୀରାକୁଦ ଗେଟ୍ ଖୋଲାଯିବା ନେଇ ଘୋଷଣା କରାଯାଇଛି ।

first flood water to be released on 6th july

ଉପର ମୁଣ୍ଡରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ଏବଂ ମୌସୁମୀ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇ ଗୁରୁବାର ୬୦୩.୨୫ ଫୁଟରେ ପହଞ୍ଚିଛି। ହୀରାକୁଦ ଜଳ ଭଣ୍ଡାରକୁ ସନ୍ଧ୍ୟା ୬ଟା ସମୟରେ ହାରାହାରି ୧ ଲକ୍ଷ ୧ ହଜାର ୩୪୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ବରଗଡ଼, ସମ୍ୱଲପୁର ଏବଂ ଶାସନ କେନାଲ, ପାୱାର କେନାଲ ଏବଂ ଶିଳ୍ପ ପାଇଁ ୩୪ ହଜାର ୨୫୪ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଗୁରୁବାର ସକାଳ ସୁଦ୍ଧା ପୂର୍ବ ୨୪ ଘଣ୍ଟାରେ ହୀରାକୁଦ ନଦୀବନ୍ଧର ଉପରମୁଣ୍ଡରେ ୩୩.୧୧ ମିଲିମିଟର ଏବଂ ତଳ ମୁଣ୍ଡରେ ୩୭.୫୧ ମିମି ବର୍ଷା ହୋଇଛି ।

ଡ୍ୟାମର ଉପର ଓ ତଳ ମୁଣ୍ଡରେ ବର୍ଷା, ଜଳପ୍ରବାହ ଏବଂ ଜଳସ୍ତର ନିରୀକ୍ଷଣ ପାଇଁ ଥିବା ୧୨ଟି ଯାକ ଓୟାରଲେସ ଷ୍ଟେସନକୁ ସକ୍ରିୟ କରାଯାଇଛି। ସାଧାରଣତଃ ହୀରାକୁଦ ଜଳଭଣ୍ଡାରରୁ ଜୁଲାଇ ସମେତ ଅଗଷ୍ଟ ମାସରେ ଉଦବୃତ୍ତ ଜଳ ନିଷ୍କାସନ କରାଯାଇଥାଏ। ହୀରାକୁଦ ନଦୀବନ୍ଧରେ ୩୪ଟି କ୍ରେଷ୍ଟ ଫାଟକ ରହିଥିବା ବେଳେ ୬୪ଟି ସ୍ଲୁଇସ ଫାଟକ ରହିଛି । ଏହା ମାଧ୍ୟମରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାନ କରାଯାଇଥାଏ । ସୁଚନା ଥାଉକି, ୧୯୮୦ ମସିହାରେ ସର୍ବାଧିକ ୫୫ଟି ସ୍ଲୁଇସ ଓ ୩୦ଟି କ୍ରେଷ୍ଟ ଗେଟକୁ ମିଶାଇ ୮୮ଟି ଫାଟକ ଖୋଲାଯାଇଥିଲା। ଏବେ ବନ୍ଧର ବନ୍ୟାଜଳ ନିୟନ୍ତ୍ରଣ ଓ ଜଳ ନିଷ୍କାସନ କ୍ଷମତାକୁ ୧୫ ଲକ୍ଷ କ୍ୟୁସେକରୁ ୨୪ ଲକ୍ଷ କ୍ୟୁସେକକୁ ବୃଦ୍ଧି କରିବା ପାଇଁ ଅଧିକ ମାତ୍ରାର ସ୍ପିଲୱେ ନିର୍ମାଣ କରାଯିବା ସକାଶେ ପ୍ରକ୍ରିୟା ଆରମ୍ଭ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+