ଆସୁଛି ବଡ ବର୍ଷା ଭିଜିବ ସାରା ଓଡ଼ିଶା ! ୨୭ରେ ଲଘୁଚାପ ସମ୍ଭାବନା

୨୭ରେ ଲଘୁଚାପ । ଆସନ୍ତା ୨୬୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାର୍ଶ୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ପରବର୍ତ୍ତୀ ୨ ଦିନରେ ଅଧିକ ଘନୀଭୂତ ହେବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭-୩୧ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ।

rain

ଆଗାମୀ ସାତଦିନ ଯାଏ ରାଜ୍ୟରେ ଜାରି ରହିବ କାଳ ବୈଶାଶୀ ପ୍ରଭାବ । ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓ ଉତ୍ତର ଓଡିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପାଇଁ ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଏହି ସମୟରେ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅସ୍ତବ୍ୟସ୍ତ କରିବ । ହଟ ଓ ହ୍ୟୁମିଡ କଣ୍ଡିସନ ପାଇଁ ଉପକୂଳ ଓଡିଶାର ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି ।

ଆଜି ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ଫଳରେ ତାପମାତ୍ରା ସହ ଗୁଳୁଗୁଳି ମଧ୍ୟ ସାମାନ୍ୟ ହ୍ରାସ ପାଇବ । ଆଗାମୀ ୨୪ ଘଣ୍ଟାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ । ଲଘୁଚାପ ଯୋଗୁଁ ଆରବ ସାଗରରେ ଦକ୍ଷିଣ-ପଶ୍ଚିମ ମୋସୁମୀ ବାୟୁ ଧିକ ସକ୍ରିୟ ହେବାକୁ ପାଗ ଅନୁକୂଳ ହେଉଛି । ଫଳରେ ଆସନ୍ତା ୨ରୁ ୩ ଦିନ ଭିତରେ ମୌସୁମୀ କେରଳ ସ୍ପର୍ଶ କରିବ ବୋଲି ଅନୁମାନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+