For Quick Alerts
Turn On Notification  
For Daily Alerts
Oneindia App Download

ପ୍ରବଳ ବର୍ଷିବ, ଆସନ୍ତାକାଲି ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ କିମ୍ବା ମଧ୍ୟମ ଧରଣ ବର୍ଷା ତଥା ବଜ୍ରପାତ ସହ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

|

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ କିମ୍ବା ମଧ୍ୟମ ଧରଣ ବର୍ଷା ତଥା ବଜ୍ରପାତ ସହ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ସମ୍ବଲପୁର, ଦେଓଗଡ, ଅଙ୍ଗୁଲ, ସୋନେପୁର, ଢେଙ୍କାନାଳ, ଝାରସୁଗୁଡା ଏବଂ ବରଗଡ ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି ହୋଇଥି । ଏଠାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Odisha Heavy Rain

ସେହପରି ବଲାଙ୍ଗୀର, ସୁନ୍ଦରଗଡ, ବୌଦ୍ଧ, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କଟକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାହଗ କେନ୍ଦ୍ର । ଏଠାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇ ଆଭ୍ୟନ୍ତରୀଣ ଓଡିଶା ମୁହାଁ ହୋଇଛି । ଫଳରେ ଆଜିଠୁ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ଲାଗି ରହିଛି । ସେହିପରି ଦୁଇ ଦିନ ହେବ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Heavy Rainfall Likely in These Districts of Odisha Tomorrow
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X